ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍ ସୁନ୍ଦରୀ ତଥା ଲୋକପ୍ରୀୟ ଅଭିନେତ୍ରୀ ଦିଆ ମିର୍ଜା
Khabar Odisha:Dia-Mirza-shares-stunning-first-pictures-from-wedding-with-Vaibhav-Rekhi

ମୁମ୍ବାଇ, ଫେବୃଆରୀ ୧୬ (ଖବର ଓଡ଼ିଶା): ବଲିଉଡ୍ ର ଲୋକପ୍ରିୟ ତଥା ଚର୍ଚ୍ଚିତ ଅଭିନେତ୍ରୀ ଦିଆ ମିର୍ଜା ଗତ କାଲି (ସୋମବାର) ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । 

ଦିଆ ନାମୀଦାମୀ ବିଜନେସ୍ ମ୍ୟାନ୍ ବୈଭବ୍ ରେଖିଙ୍କୁ ବିବାହ କରିଛନ୍ତି । ଏହାପରେ ଆଜି ପୁରା ସୋସିଆଲ ମିଡିଆରେ ଦିଆଙ୍କ ବିବାହ ବେଳର ଫଟୋ ସେୟାର ହେବାରେ ଲାଗିଛି । ଦିଆଙ୍କ ଫ୍ୟାନ୍ସ ମାନଙ୍କର ଶୁଭେଚ୍ଛାର ସୁଅ ମଧ୍ୟ ଛୁଟିଛି ।

ଆଜି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦିଆ ନିଜ ବିବାହର ପ୍ରଥମ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଉଭୟ ଯୋଡି ବେଶ୍ ଖୁସି ଥିବାର ନଜର ଆସୁଛନ୍ତି । ଏଥି ସହିତ ପ୍ରେମ ଭରା କ୍ୟାପସନ୍ ରେ ଦିଆ ନିଜ ବିବାହ ର ଖୁସି ଜାହିର କରିଛନ୍ତି ।

  • Tags:

Subscribe

National International State Sports Entertainment