ନିକଟରେ ଦୀପିକା ଏକ ହଳଦୀଆ ରଙ୍ଗର ଗାଉନ ପିନ୍ଧିଥିବା ଗାଉନ୍ ବେଶ ଚର୍ଚ୍ଚାରେ ଆସିଥିଲା । ଯାହାର ଫୋଟୋ ସେ ତାଙ୍କ ସୋସିଆଲ ମିଡିଆ ଆକାଣ୍ଟରେ ସେୟାର କରିଥିଲେ ଦର୍ଶକ ମଧ୍ୟ ତାଙ୍କର ସେହି ଫୋଟୋକୁ ବେଶ ପସନ୍ଦ କରିଥିଲେ । ସେଥିରେ ସେ ତାଙ୍କ ବେବି ବମ୍ପ ଫ୍ଲଣ୍ଟ କରୁଥିବା ନଜର ଆସିଥିଲା। ଇତି ମଧ୍ୟରେ ସେ ପ୍ରଶଂସକଙ୍କୁ ଇନଷ୍ଟାଗ୍ରାମ ଜରିଆରେ ଏକ ଖୁସି ଖବର ଦେଇଛନ୍ତି ଯେ ସେ ପିନ୍ଧିଥିବା ଗାଉନ୍ ନିଲାମ ହୋଇଯାଇଛି। ଏହା ବ୍ୟତୀତ ଏହି ଗାଉନ୍ ପାଇଁ ମିଳିଥିବା ମୂଲ୍ୟକୁ ସେ ଦାନ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି।
ଦୀପିକା ପାଦୁକୋନ ନିକଟରେ 82°E ନାମକ ବ୍ୟୁଟି ବ୍ରାଣ୍ଡର ଏକ କାର୍ଯ୍ୟକ୍ରମରେ ହଳଦିଆ ରଙ୍ଗର ଗାଉନ୍ ପିନ୍ଧିଥିଲେ, ଯେଉଁଥିରେ ସେ ତାଙ୍କ ବେବି ବମ୍ପ ଫ୍ଲଣ୍ଟ କରୁଥିବା ଦେଖିବାକୁ ମିଳିଥିଲା। ଏହି ଗାଉନ୍କୁ ଅଭିନେତ୍ରୀ ୩୪ ହଜାର ଟଙ୍କାରେ ବିକ୍ରି କରି ଦେଇଛନ୍ତି। ଇନ୍ଷ୍ଟା ଷ୍ଟୋରୀ ଜରିଆରେ ଅଭିନେତ୍ରୀ କହିଛନ୍ତି ଯେ, ସେ ଏହି ଟଙ୍କାକୁ ଦାନ କରିବେ। ଦୀପିକାଙ୍କ ଏହି ଗାଉନ୍ ପୋଷ୍ଟ ଶେୟାର କରିବାର ୨୦ ମିନିଟ୍ ମଧ୍ୟରେ ବିକ୍ରି ହୋଇଯାଇଛି।
ଅଧିକା ପଢନ୍ତୁ: ପ୍ରଥମ ଗୀତ ହିଟ୍ ହେବା ପରେ ଆସୁଛି ପୁଷ୍ପା-୨ର ଦ୍ୱିତୀୟ ଗୀତ