ବିରାଟଙ୍କ ଇନଷ୍ଟାଗ୍ରାମ ଫଟୋରେ କମେଣ୍ଟ କଲେ ଡେଭିଡ ୱାର୍ନର, ଜବାବ ଦେଲେ ବିରାଟ
Khabar Odisha:David-Warner-commented-on-Virats-Instagram-photo-Virat-replied
ନୂଆଦିଲ୍ଲୀ, ଜୁନ ୧୯ (ଖବର ଓଡ଼ିଶା):

ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଫଟୋ ଉପରେ କମେଣ୍ଟ ଦେଇଛନ୍ତି ଅଷ୍ଟ୍ରେଲିଆର ଓପନର ତଥା ଆଇପିଏଲ ଦଳ ସନ ରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ ୱାନର । ମଝିରେ ମଝିରେ ବଲିଉଡ଼ ଗୀତ ଏବଂ ସାଉଥ ଇଣ୍ଡିଆନ ସିନେମା ଗିତାମାନଙ୍କରେ ଟିକଟକ କରି ଚର୍ଚ୍ଚାରେ ଥିବା ଏହି ଷ୍ଟାଇଲିସ ବାମହାତି ଓପନର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଫଟୋରେ କମେଣ୍ଟ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ବିରାଟ କୋହଲି ଏହି ପୋଷ୍ଟରେ ବିରାଟଙ୍କ କିଛିଟା ଧଳା ଦାଢ଼ି ନଜର ଆସୁଛି ଏବଂ ଏହି ଧଳା ଦାଢିକୁ କମେଣ୍ଟ କରିଛନ୍ତି ୱାର୍ନର । ତେବେ କେବଳ ୱାର୍ନର ନୂହଁ ବିରାଟଙ୍କ ଆଇପିଏଲ ଟିମ ଆରସିବିର ସାଥି ଖେଳାଳି ତଥା Mr 360 ଏ ବି ଡିଭିଲିୟର୍ସ ମଧ୍ୟ କମେଣ୍ଟ କରିଛନ୍ତି ଏବଂ ବିରାଟ ମଧ୍ୟ ସମସ୍ତଙ୍କ କମେଣ୍ଟର ଉତ୍ତର ମଜାଳିଆ ଢଙ୍ଗରେ ଦେଇଛନ୍ତି ।  

  • Tags:

Subscribe

National International State Sports Entertainment