ପରଲୋକରେ କମେଡିଆନ୍ ରାଜୁ ଶ୍ରୀବାସ୍ତବ, ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ମୁମ୍ୱାଇ,ସେପ୍ଟେମ୍ବର ୨୧(ଖବର ଓଡିଶା): Share story: ପରଲୋକରେ କମେଡିଆନ୍ ରାଜୁ ଶ୍ରୀବାସ୍ତବ। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୮ ବର୍ଷ ହୋଇଥିଲା। ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ନେଇ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅଗଷ୍ଟ ୧୦ ତାରିଖରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁସାରେ, ଜିମ୍ରେ ଥିବାବେଳେ ଛାତି ଯନ୍ତ୍ରଣା ଅନୁଭବ କରିବାରୁ ହଠାତ୍ ତଳେ ପଡ଼ି ଯାଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଏମ୍ସ ହସ୍ପିଟାଲ୍ରେ ୧୫ ଦିନ ରହିବା ପରେ ଅଗଷ୍ଟ ୨୫ ତାରିଖ ସକାଳେ ତାଙ୍କର ଚେତା ଫେରିଥିଲା। ଏହାପରେ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ। ସମସ୍ତଙ୍କ ଆଶା ଓ ଭରସା ମଧ୍ୟ ଥିଲା ଯେ ରାଜୁ ଶ୍ରୀବାସ୍ତବଙ୍କ ହୋସ୍ ଫେରିବ ଓ ପୁଣିଥରେ ସେ ଲୋକଙ୍କୁ ତାଙ୍କ କମେଡି ମାଧ୍ୟମରେ ହସାଇବେ। ହେଲେ ଏବେ ତାଙ୍କ ବିୟୋଗ ଖବର ସମସ୍ତଙ୍କୁ ଏକ ପ୍ରକାର ସ୍ତବ୍ଧ କରି ଦେଇଛି। ଖବର ଓଡ଼ିଶା, Reporter, 20/09/2022