ମୁମ୍ବାଇର ଭର୍ସୋଭା ଥାନାରେ ହାଜର ହେଲେ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ଗିରଫ କରିପାରେ ପୋଲିସ
Khabar Odisha:Bollywood-director-Anurag-Kashyap-was-accused-of-sexual-exploitation-by-actress-Payal-Ghosh
ମୁମ୍ବାଇ, ଅକ୍ଟୋବର ୦୧ (ଖବର ଓଡ଼ିଶା):

ବଲିଉଡ ଅଭିନେତ୍ରୀ ପାୟଲ ଘୋଷଙ୍କ  ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ କରିଥିଲେ। ସେପ୍ଟେମ୍ବର 22ରେ ପାୟଲ ଅନୁରାଗଙ୍କ ବିରୋଧରେ ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ତେଣୁ ଅନୁରାଗଙ୍କୁ ଭର୍ସୋଭା ପୋଲିସ ଷ୍ଟେସନରେ ହାଜର ହେବାକୁ କୁହାଯାଇଥିଲା । ଆଜି ସେ ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି ଓ ତାଙ୍କୁ ଅଭିଯୋଗ ସମ୍ପର୍କରେ ଜେରା କରାଯିବ

ଅନୁରାଗ କଶ୍ୟପଙ୍କ ବିରୋଧରେ ଅଭିଯୋଗ କରିଥିବାବେଳେ ପାୟଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଟୁଇଟ୍ ମାଧ୍ୟମରେ ଜଣାଇଛନ୍ତି। ସେ କହିଛନ୍ତି ଯେ ସେ 2015ରେ ଅନୁରାଗଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଛନ୍ତି  ଏବାବଦରେ ପାୟଲ 22 ସେପ୍ଟେମ୍ବରରେ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ପାୟଲ କହିଛନ୍ତି ଯେ ଅନୁରାଗଙ୍କୁ ଗିରଫ କରାଯିବା ଉଚିତ।  ଯଦି ସେପରି ନ ହୁଏ ତେବେ ସେ ଅନଶନରେ ବସିବେ ବୋଲି ଧମକ ଦେଇଛନ୍ତି।

ସେଥିଲାଗି ପାୟଲ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ମଧ୍ୟ ଭେଟିଥିଲେ ଓ ରାଜ୍ୟପାଳ ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି ଯେ ସେ ତାଙ୍କୁ ସାହାଯ୍ୟ କରିବେ। ଏହି ମାମଲାରେ ଚାପ ବଢୁଥିବାରୁ  ବୁଧବାର ଅନୁରାଗ କଶ୍ୟପଙ୍କୁ ଥାନାରେ ହାଜର ହେବା ପାଇଁ ସମନ ପଠାଯାଇଛି। ଆଜି ସେ ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି।

  • Tags:

Subscribe

National International State Sports Entertainment