ଭୁବନେଶ୍ୱର : ଆଜି ବଲିଉଡର ବ୍ଲାକ ବିୟୁଟି ବିପାଶା ବସୁଙ୍କ ଜନ୍ମଦିନ । ବିପାଶା ୧୯୭୯ ମସିହାରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ସେ ମାତ୍ର ୧୭ ବର୍ଷ ବୟସରେ ନିଜର ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ। ବିପାଶା ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀ । ଯିଏ ତାଙ୍କ ଅଭିନୟ ଆଧାରରେ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ହାସଲ କରିଥିଲେ। କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କୁ ତାଙ୍କ ରଙ୍ଗକୁ ନେଇ ଅନେକ ଅପମାନର ସମ୍ମୁଖୀନ ହେବାକୁ ପଡିଲା । ଦୁଇ ଦଶନ୍ଧି ଧରି ଚାଲିଥିବା କ୍ୟାରିଅରରେ ବିପାଶା ଅନେକ ଫିଲ୍ମରେ କାମ କରିଛନ୍ତି । ଯେଉଁଥିରେ ତାଙ୍କ ଭୂମିକାକୁ ବହୁ ପ୍ରଶଂସା କରାଯାଇଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପିଲାଦିନେ ତାଙ୍କୁ କେହି ପସନ୍ଦ କରୁ ନଥିଲେ କାରଣ ସେ ଖୁବ କଳା ଥିଲେ। ତାଙ୍କର କଳା ରଙ୍ଗ ପାଇଁ ତାଙ୍କୁ ବହୁତ ପରିହାସ କରୁଥିଲେ। ଯେତେବେଳେ ବିପାଶା ସୁପର୍ମଡେଲ୍ ପ୍ରତିଯୋଗିତାରେ ଜିତିଥିଲେ ।
୨୦୦୧ ରେ ଥ୍ରୀଲର ଫିଲ୍ମ ‘ଅଜନବୀ’ ସହିତ ବିପାଶା ବଲିଉଡ୍ରେ ଡେବ୍ୟୁ କରିଥିଲେ। ସେ ଏହି ଫିଲ୍ମ ପାଇଁ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ। ଏହା ପରେ ସେ ସୁପରହିଟ୍ ହରର୍ ଫିଲ 'ରାଜ୍'ରେ କାମ କରିଥିଲେ। ଏହି ଫିଲ୍ମ ତାଙ୍କ କ୍ୟାରିୟରର ମୋଡ଼ ବଦଳାଇଥିଲା। ଏହା ପରେ ବିପାଶାଙ୍କୁ ଅନେକ ଫିଲ୍ମ ଅଫର ହୋଇଥିଲା। ଆଜି ବି ବିପାଶା ହରର ଚଳଚ୍ଚିତ୍ର ପାଇଁ ପ୍ରଥମ ପସନ୍ଦ। ବିପାଶା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଖୁବ୍ ଚର୍ଚ୍ଚାରେ ରୁହନ୍ତି। ତେବେ ଆଜି ସେ ତାଙ୍କ ଜନ୍ମଦିନକୁ ବେଶ ଧୁମଧାମରେ ପାଳନ କରିବେ ।