ପତି ସୋଏବ ଇବ୍ରାହିମଙ୍କ ଜନ୍ମଦିନ ପାଳିଲେ ସିରିଏଲ୍ ଅଭିନେତ୍ରୀ ଦୀପିକା କାକର୍, ସୋସିଆଲ ମିଡିଆରେ ସେୟାର କଲେ ଫଟୋ ଓ ଭିଡିଓ
Khabar Odisha:Birthday-celebration-by-deepika-kakar-for-his-husband
ନୂଆଦିଲ୍ଲୀ, ଜୁନ ୨୦ (ଖବର ଓଡ଼ିଶା):

 Kahaan hum kahaan tum ଫେମ ଦୀପିକା କାକର ଏବଂ ସୋଏବ ଇବ୍ରାହିମ ଏକ ସ୍ପେସିଆଲ ଅକେଜନ ମନାଇଛନ୍ତି. ଲକ ଡାଉନ ସମୟରେ ଘରେ ଘରେ ରହି ଉଭୟେ ବିଭିନ୍ନ ନୂଆ ନୂଆ ଜିନିଷ ପ୍ରସ୍ତୁତ କରୁଛନ୍ତି. ତେବେ ଆଜି ସୋଏବ ଇବ୍ରାହିମଙ୍କ ଜନ୍ମଦିନ ଥିବାରୁ ତାଙ୍କ ଜନ୍ମ ଦିବସ ଅବସରରେ ପତ୍ନୀ ଦୀପିକା କାକର ଏକ ସ୍ୱତନ୍ତ୍ର କେକ ପ୍ରସ୍ତୁତ କରିଛନ୍ତି. ଏହି କେକଟିକୁ ଦୀପିକା ଚକୋଲାଟେରେ ବନାଇଛନ୍ତି ଏବଂ ଏହାର ଫଟୋ ଏବଂ ଜନ୍ମଦିନ ସେଲିବ୍ରେସନର ଭିଡିଓ ମଧ୍ୟ ସୋଏବ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି. ପୂର୍ବରୁ ସସୁରାଲ ସିମର କା ସୋରେ ମଧ୍ୟ ଏହି ଯୋଡି ନଜରକୁ ଆସିଥିଲେ ଏବଂ ଉଭୟ ଏହି ସିରିୟଲରେ ମଧ୍ୟ ପତି - ପତ୍ନୀ ଭୂମିକାରେ ଅଭିନୟ କରିଥିଲେ. ଉଭୟେ ଅଭିନୟ କରୁଥିବା ସିରିୟଲ kahaan ham kahaan tum କୁ ଏହି ଜୁନ ମାସ 17 ତାରିଖରେ ଏକ ବର୍ଷ ପୂରଣ ହେଉଛି. କିନ୍ତୁ ମହାମାରୀ କରୋନା ପାଇଁ ଏବେ ସମସ୍ତ ସିରିୟଲ କିମ୍ବା ଫିଲ୍ମ ସୁଟିଙ୍ଗ ବନ୍ଦ ରହିଛି.

  • Tags:

Subscribe

National International State Sports Entertainment