ବାବୁସାନ-ପ୍ରକୃତି ବିବାଦ ମାମଲା, ଚେନ୍ନାଇରେ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଲେନି ବାବୁସାନ
Khabar Odisha:Babusan-nature-dispute-case-Babusan-does-not-attend-Utah-Day-event-in-Chennai
ଭୁବନେଶ୍ୱର, ଜୁଲାଇ ୨୫(ଖବର ଓଡିଶା):

ବାବୁସାନ-ପ୍ରକୃତି ଓ ତୃପ୍ତି ବିବାଦ ମାମଲା । ଏହି ମାମଲାରେ ନୂଆ ନିଷ୍ପତ୍ତି ଆସିବାର ସମ୍ଭାବନା ରହିଛି । କାରଣ ଚେନ୍ନାଇରେ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି ବାବୁସାନ । ଏହି କାର୍ଯ୍ୟକ୍ରମରେ ଆଗାମୀ ଫିଲ୍ମ ଦମନର ପ୍ରମୋସନ ବାବୁସାନ କରିଥାନ୍ତେ । 

ସେହିପରି ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଅନ୍ୟ କଳାକାରମାନେ ଯୋଗ ଦେଇଥିବାର ଫଟୋ ସାମ୍ନାକୁ ଆସିଛି । ତେବେ ଗତକାଲି ଫିଲ୍ମର କାର୍ଯ୍ୟକ୍ରମକୁ ଯାଉନଥିବା ଭିଡିଓ ପୋଷ୍ଟ କରି ବାବୁସାନ କହିଥିଲେ । 

ସେହିପରି ଗତକାଲି ପୋଷ୍ଟ କରିଥିବା ଭିଡିଓରେ ତାଙ୍କ ପରିବାର ଲୋକଙ୍କ ଅଭିଯୋହକୁ ବାବୁସାନ ଖଣ୍ଡନ କରିଥିଲେ । ପ୍ରକୃତି ତାଙ୍କର ଭଲ ସାଙ୍ଗ ବୋଲି କହିଥିଲେ । ସେ ତାଙ୍କୁ ବ୍ଲାକମେଲ କରିନାହାନ୍ତି କି ହଇରାଣ କରନ୍ତିନି ବୋଲି ଭିଡିଓ ମାଧ୍ୟମରେ କହିଥିଲେ ।

  • Tags:

Subscribe

National International State Sports Entertainment