ରିଲିଜ୍ ହେଲା ‘ରାଧେ ଦ ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଆଉ ଏକ ଗୀତ
Khabar Odisha:Another-song-from-Radhe-The-Most-Wanted-Bhai-has-been-released

ମୁମ୍ବାଇ, ମେ ୧୦ (ଖବର ଓଡ଼ିଶା): ଆଜି ବଲିଉଡ୍ ର ବହୁ ପ୍ରତକ୍ଷିତ ଫିଲ୍ମ ‘ରାଧେ ଦ ମୋଷ୍ଟ ୱାଣ୍ଟେଡ୍ ଭାଇ’ ର ଆଉ ଏକ ଗୀତ ରିଲିଜ୍ ହୋଇଛି । ପୂର୍ବରୁ ଫିଲ୍ମ ଟିର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଆଉ ଦୁଇଟି ଗୀତ ମଧ୍ୟ ରିଲିଜ୍ ହୋଇଥିଲା ମାତ୍ର ଦର୍ଶକଙ୍କ ଅପେକ୍ଷା ଥିଲା ଫିଲ୍ମର ଜୁମ୍ ଜୁମ୍ ଗୀତ ପାଇଁ ଯାହା ଆଜି ରିଲିଜ୍ ହୋଇଛି ।

ଏହି ଗୀତରେ ଦିଶା ପାଟନୀ ଏବଂ ସଲମାନ୍ ଖାନଙ୍କ କେମେଷ୍ଟ୍ରି ଏକଦମ୍ ଜବରଦସ୍ତ ରହିଛି । ଗୀତଟି ରିଲିଜ୍ ହେବା ସଙ୍ଗେସଙ୍ଗେ ଦର୍ଶକଙ୍କ ହୃଦୟ ଜିତିବାରେ ଲାଗିଛି । ଫ୍ୟାନ୍ସ ମାନଙ୍କ ସମେତ , ଅନେକ କଳାକାର ମଧ୍ୟ ଏହି ଗୀତକୁ ବେଶ ପ୍ରସଂଶା କରୁଛନ୍ତି । ସୋସିଆଲ ମିଡିଆରେ ଗୀତଟି ଏକଦମ୍ ଧୂମ୍ ମଚାଇବାରେ ଲାଗିଛି ।

ବଲିଉଡ୍ ର ଦବଙ୍ଗ ସଲମାନ ଖାନ୍‌ଙ୍କ ମୋଷ୍ଟ ଆୱେଟେଡ୍ ଫିଲ୍ମ ରାଧେ କୁ ନେଇ ସିନେପ୍ରେମୀଙ୍କ ମଧ୍‌ୟରେ ଉତ୍ସୁକତା ରହିଥିବା ବେଳେ ଫିଲ୍ମ ଟି କେବେ ବଡ଼ ପରଦାକୁ ଆସିବ ତାହା ଉପରୁ ଏଯାଏଁ ସସପେନ୍ସ ଉଠି ପାରିନି । ଫିଲ୍ମ ଟିରେ ସଲମାନଙ୍କ ଖାନ୍ ଙ୍କ ସହିତ ଦିଶା ପଟାନୀ ଲିଡ୍ ରୋଲରେ ନଜର ଆସିବାକୁ ଥିବା ବେଳେ ଜାକି ସ୍ରଫ ଓ ରଣଦୀପ ହୁଡାଙ୍କୁ ମଧ୍ୟ ଦମଦାର ଭୂମିକାରେ ଦେଖିବାକୁ ମିଳିବ ।

  • Tags:

Subscribe

National International State Sports Entertainment