ବଲିଉଡରେ କରୋନା ଆତଙ୍କ, ବିଗ୍ ବି ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କରୋନା ଆକ୍ରାନ୍ତ
Khabar Odisha:Amitav-bachchan-and-Abhishek-Corona-positive
ନୂଆଦିଲ୍ଲୀ, ଜୁଲାଇ ୧୨ (ଖବର ଓଡ଼ିଶା):

 ବଲିଉଡରେ ଭୟ ବଢ଼ାଇଲା । ମହାମାରୀ କରୋନା । ବିଗ୍‌ ବି ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିନେତା ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଉଭୟ ଟ୍ୱିଟ କରି ସୂଚନା ଦେଇଛନ୍ତି। 

ବିଗ୍‌ ବିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ପରିବାର ଓ ହସ୍ପିଟାଲ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଥିଲା। ସେଥିରେ ଅଭିଷେକ ବଚ୍ଚନ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦିଆଯାଇଛି । ଆଜି ଐଶ୍ୱର୍ଯା ରାୟ ଓ ଜୟା ବଚ୍ଚନ ଙ୍କ ରିପୋର୍ଟ ଆସିବ । ବିଗ୍ ବି ଓ ଅଭିଷେକ ବଚ୍ଚନ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଫ୍ୟାନ୍ସମାନେ ଉଭୟଙ୍କ ଆରୋଗ୍ୟ କାମନା କରିଛନ୍ତି।

  • Tags:

Subscribe

National International State Sports Entertainment