ଆଜି ହେଉଛି ଅଲକା ୟାଗନିକଙ୍କ ଜନ୍ମଦିନ । ଅଲକା ଆଜି 58 ବର୍ଷ ବୟସରେ ପାଦ ରଖିଛନ୍ତି । ସେ 1996 ମସିହା ମାର୍ଚ୍ଚ ମାସ 20 ତାରିଖରେ କଲିକତା ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ପ୍ରସିଦ୍ଧ ଗାଇକା ଅଟନ୍ତି । ତାଙ୍କର ମଧୁର ସ୍ବରରେ ଦେଶବାସୀଙ୍କ ମନ ଜିଣି ପାରିଛନ୍ତି । ତାଙ୍କ ଗୀତ ବାଜିଲେ ଲୋକ ମାନଙ୍କ ପାଦ ଆଉ ମାଟିରେ ନଥାଏ ଲୋକ ମାନଙ୍କୁ ନାଚିବାକୁ ମନ ହୋଇଥାଏ । ସେ ଜାତୀୟ ସ୍ତରରେ ଅନେକ ପୁରସ୍କାର ପାଇଛନ୍ତି । ଏହା ସହିତ ସେ ଜନ ସାଧାରଣମାନଙ୍କ ପ୍ରଶଂସାର ପାତ୍ର ବି ହୋଇପାରିଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 700 ଚଳଚ୍ଚିତ୍ରରେ 20 ହଜାରରୁ ଅଧିକ ଗୀତ ଗାଇଛନ୍ତି। ସେ 1989 ରେ ନୀରଜ କପୁରଙ୍କୁ ବିବାହ କରିଥିଲେ, କିନ୍ତୁ ସେ ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଛନ୍ତି । ଅଲକା ବିଶ୍ୱାସ କରନ୍ତି ଯେ ବଲିଉଡରେ ଗୀତର ମେଲୋଡି ହଜିଯାଇଛି। କେବଳ ଏତିକି ନୁହେଁ ସେ ଭଲ ଗୀତ ଗାଇବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ବଲିଉଡରେ ଅଲକା ଅନେକ ସୁପର-ହିଟ୍ ଗୀତ ଦେଇଛନ୍ତି | ଏହି ତାଲିକାରେ 'ଅଗର ତୁମ୍ ସାଥ୍ ହୋ,' ଟିପ୍ ଟିପ୍ ବାର୍ଷା ପାନି ',' ମାୟା ଯଶୋଦା ',' ଚୁରା କେ ଦିଲ୍ ମେରା ',' ପରଦେସୀ ପରଦେସୀ ',' ତୁଜେ ୟାଦ ନା ମେରୀ ଆୟି ',' ଦିଲ୍ ଲାଗା ଲିୟା 'ଅଛି ',' ଚାନ୍ଦ ଛୁପା ବାଦଲ ମେନ୍ 'ପରି ଅନେକ ଗୀତ | ଅଲକା 7 ଥର ଫିଲ୍ମଫେୟାର ଏବଂ ଦୁଇଟି ଜାତୀୟ ପୁରସ୍କାର ପାଇଛନ୍ତି |