Khabar Odisha:3/05/2023
ଆଲିଆ ଭଟ୍ଟ । ବୋଲିଉଡର ହଟ ବୋଲ୍ଡ ଆକଟ୍ରେସ । ଭାରତୀୟ ଅଭିନେତ୍ରୀମାନଙ୍କ ଭିତରୁ ବାରି ହୋଇ ପଡୁଥିବା ଗୋଟିଏ ଚର୍ଚ୍ଚିତ ନାୟିକା। ଏବେ ପୃଥିବୀର ସବୁଠାରୁ ଲୋକପ୍ରିୟ ତଥା ବର୍ଣ୍ଣାଢ଼୍ୟ ଫ୍ୟାସନ୍ ଉତ୍ସବରେ ଯୋଗ ଦେବାକୁ ଯାଉଛନ୍ତି। ନ୍ୟୁୟର୍କରେ ବର୍ଷକୁ ଥରେ ଆୟୋଜିତ ହେଉଥିବା ମେଟ୍ ଗାଲା ଉତ୍ସବରେ ଯୋଗ ଦେଉଛନ୍ତି ବଲିଉଡ୍ ସୁନ୍ଦରୀ ଆଲିଆ ଭଟ୍ଟ । ସୋମବାର ରାତିରେ ସେ ଫ୍ୟାସନ୍ର ଏହି ସର୍ବବୃହତ୍ ମହାକୁମ୍ଭରେ ପଦାର୍ପଣ କରିଛନ୍ତି। ୨୦୨୩ ମେଟ୍ ଗାଲାର ଥିମକୁ ଦୃଷ୍ଟିରେ ରଖି ସେ ଏକ ମୋତିଖଚିତ ଧଳା ଗାଉନ୍ ପିନ୍ଧି ଉତ୍ସବରେ ସାମିଲ ହୋଇଛନ୍ତି। ଏକ ଲକ୍ଷ ମୋତିରେ ତାଙ୍କ ଗାଉନର କାର୍ଯ୍ୟ ହୋଇଛି। ଭାରତୀୟ ଡିଜାଇନର୍ ପ୍ରବଲ ଗୁରୁଙ୍ଗ ଏହି ପୋଷାକ ପ୍ରସ୍ତୁତ କରିଛନ୍ତି। ଗର୍ବର ସହ ଭାରତରେ ପ୍ରସ୍ତୁତ ପୋଷାକ ପିନ୍ଧି ମେଟ୍ ଗାଲାରେ ପ୍ରଥମ ଥର ପାଦ ଦେଇଥିବାରୁ ଆଲିୟା ନିଜକୁ ଗର୍ବିତ ଅନୁଭବ କରିଥିବାର ପ୍ରକାଶ କରିଛନ୍ତି। ଏଥର ମେଟ୍ ଗାଲାରେ ଯୋଗ ଦେଇଥିବା ଅନ୍ୟ ଭାରତୀୟ ତାରକା ହେଉଛନ୍ତି ପ୍ରିୟଙ୍କା ଚୋପ୍ରା, ଈଶା ଅମ୍ବାନୀ ଓ ନତାଶା ପୁନାଵାଲା।