ନିଜ ଜନ୍ମଦିନରେ ମାଙ୍କୁ ମନେ ପକାଇଲେ ଅକ୍ଷୟ କୁମାର, ସେୟାର କଲେ ମାଙ୍କ ସହିତ ଫଟୋ
Khabar Odisha:Akshay-Kumar-reminded-his-mother-on-his-birthday
ମୁମ୍ବାଇ, ସେପ୍ଟେମ୍ବର ୯(ଖବର ଓଡିଶା):

ଆଜି ହେଉଛି ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଜନ୍ମଦିନ । ୫୪ ବର୍ଷରେ ପାଦ ଥାପିଲେ ଅକ୍ଷୟ କୁମାର । ହେଲେ ସେ କେବେ ଭାବିନଥିଲେ ତାଙ୍କ ୫୪ ତମ ଜନ୍ମଦିନ ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି । ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ସେପ୍ଟେମ୍ବର ୮ ତାରିଖରେ ଅକ୍ଷୟଙ୍କ ମା ଅରୁଣା ଭାଟିଆଙ୍କର ଦେହାନ୍ତ ହୋଇଛି । 

ତେବେ ନିଜ ଜନ୍ମଦିନରେ ଅକ୍ଷୟ କୁମାର ମାଙ୍କ ସହ ଏକ ଫଟୋ ସେୟାର କରି ଭାବୁକ ପୋଷ୍ଟ କରିଛନ୍ତି । ତାଙ୍କର ଏହି ପୋଷ୍ଟ ସମସ୍ତଙ୍କ ମନକୁ ଦୁଃଖିତ କରିଛି । ଅକ୍ଷୟ କିମାର ନିର ଇନଷ୍ଟାଗ୍ରାମରେ ମାଙ୍କ ସହ ନିଜର ଏହି ଫଟୋ ସେୟାର କରିଛନ୍ତି । ଫଟୋରେ ମା ପୁଅକୁ ଗେଲ କରୁଛନ୍ତି । 

ତେବେ ଫଟୋ ସେୟାର କରି ଅକ୍ଷୟ ଲେଖିଛନ୍ତି ଯେ ‘ମୁଁ ଜାମିଛି ମା ଉପରେ ଥାଇ ହାପି ବାର୍ଥଡେ ଗାଉଥିବେ । ଆପଣ ସମସ୍ତଙ୍କର ସମବେଦନା ଓ ଶୁଭକାମନା ପାଇଁ ଧନ୍ୟବାଦ । ଜୀବନ ଏମିତି ହିଁ ଚାଲେ । ’ସେହିପରି ଅକ୍ଷୟ କୁମାର ଜନ୍ମଦିନରେ ଅନେକ ସେଲିବ୍ରେଟି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

  • Tags:

Subscribe

National International State Sports Entertainment