ଇଡିରେ ହାଜର ହେଲେ ଅଭିନେତ୍ରୀ ରକୁଲ ପ୍ରୀତ ସିଂ
Khabar Odisha:Actress-Rakul-Preet-Singh-appeared-at-the-ED
ମୁୁମ୍ବାଇ, ସେପ୍ଟେମ୍ବର ୩(ଖବର ଓଡିଶା):

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଆଜି ଇଡି ନିକଚରେ ହାଜର ହୋଇଛନ୍ତି । ତେବେ ୪ ବର୍ଷର ପୁରୁଣା ଡ୍ରଗ୍ସ ମାମଲାରେ ତାଙ୍କୁ ସମନ ପଠାଇଥିଲେ । ଏନେଇ ଶୁକ୍ରବାର ଫିଲ୍ମ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଡ୍ରଗ୍ସ ମାମଲାରେ ପଚରାଉଚରା ପାଇଁ ଏଜେନ୍ସିର ଅଧିକାରୀଙ୍କ ନିକଟରେ ହାଜର ହୋଇଛନ୍ତି । 

ହାଇଦ୍ରାବାଦର ଇଡି କାର୍ଯ୍ୟାଳୟରେ ରକୁଲ ପ୍ରୀତ ପହଞ୍ଚିଛନ୍ତି । ୨୦୧୭ ମସିହାରେ ତେଲେଙ୍ଗାନା ଏକ୍ସାଇଜ୍ ଓ ନିଷେଧ ବିଭାଗ ୩୦ ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ ଜବତ କରିବା ପରେ ୧୨ଟି ମାମଲା ରୁଜୁ କରିଥିଲା । 

ତେବେ ୧୧ଟି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି । ପରେ ଏକ୍ସାଇଜ୍ ବିଭାବ ମାମଲାରେ ମନି ଲଣ୍ଡିରିଂ କୋଣରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଳ।।ୟ ତଦନ୍ତ ଆରମ୍ଭ କରିଥିଲା ।

  • Tags:

Subscribe

National International State Sports Entertainment