ଓଲିଉଡ ଅଭିନେତ୍ରୀ ମୌସୁମୀ ନାୟକ ହେଲେ ଗିରଫ । ତାଙ୍କ ବିରୋଧରେ ଆସିଛି ବ୍ଲାକମେଲିଂ ଅଭିଯୋଗ । ସୂଚନା ଅନୁଯାୟୀ, ଅଭିନେତ୍ରୀ ମୌସୁମୀ ନାୟକ ବନସ୍ମିତା ପତିଙ୍କ ମାନସିକ ନିର୍ଯାତନା ଦେବାସହ ଓ ଧମକାଇ ଟଙ୍କା ମାଗିଥିଲେ । ଦୁହେଁ ଏକ ବ୍ୟବସାୟିକ କାରବାର ପାଇଁ ଦୁହିଁଙ୍କ ଭିତରେ ଟଙ୍କା କାରବାର ହୋଇଥିଲା, ଯାହାକୁ ନେଇ ୫ ଲକ୍ଷ ୮୦ ହଜାର ତାଙ୍କ ସେ ଅଭିଯୋଗକାରୀଙ୍କୁ ଫେରାଇ ନଥିଲେ । ଏହାପରେ ଦୁହିଁଙ୍କ ଭିତରେ ତର୍କ ବିତର୍କ ହେବ ସହ ପରେ ତାହା ଝଗଡାର ରୂପ ନେଇ ଥିଲା । ଏହାକୁ ନେଇ ବନସ୍ମିତା ପୋଲିସ ଦ୍ୱାରସ୍ଥ ହୋଇଥିଲେ । ଆଇପିସିର ଦଫା ୩୮୫ ଦାଦାବଟି, ୨୯୪ ଗାଳିଗୁଲଜ କରିବା, ୫୦୬ ଅପରାଧିକ ଉଦ୍ଦେଶ୍ୟରେ ଧମକାଇବା, ୫୦୭ ଧମକ ଦେବା ଆଦି ଅଭିଯୋଗରେ ଗିରଫ କରିଛି ପୋଲିସ । ଏନେଇ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ ।