ବଢ଼ିବାରେ ଲାଗିଛି ଅଭିନେତ୍ରୀ ଜ୍ୟାକଲିନଙ୍କ ସମସ୍ୟା, ପୁଣି ସମନ ଜାରି କଲା ଦିଲ୍ଲୀ ପୋଲିସ ନୂଆଦିଲ୍ଲୀ, ସେପ୍ଟେମ୍ବର ୧୨(ଖବର ଓଡିଶା): Share story: ବଢ଼ିବାରେ ଲାଗିଛି ଅଭିନେତ୍ରୀ ଜ୍ୟାକଲିନଙ୍କ ସମସ୍ୟା। ମନି ଲଣ୍ଡରିଂ ମାମଲାରେ ଫସିଥିବା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ସୋମବାର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ୧୪ ସେପ୍ଟେଟରରେ ହାଜର ହେବାକୁ ନୂତନ ସମନ ଜାରି କରିଛି। ସେହିପରି ପୂର୍ବ ୧୫ ଦିନ ପରେ ତାରିଖ ମାଗିଥିବାରୁ ଦିଲ୍ଲୀ ପୋଲିସ ସୋମବାର ନିର୍ଦ୍ଧାରିତ ପଚରାଉଚରାକୁ ସ୍ଥଗିତ ରଖିଛି। ଦିଲ୍ଲୀ ପୋଲିସ ତାଙ୍କୁ ଅଧିକ ସମୟ ଦେଇ ନାହିଁ ଏବଂ ବୁଧବାର ୧୪ ତାରିଖ ଦିନ ତାଙ୍କୁ ତଦନ୍ତରେ ଯୋଗ ଦେବାକୁ କହିଛି। ଖବର ଓଡ଼ିଶା, Reporter, 12/09/2022