ମୁମ୍ବାଇ,ଡିସେମ୍ବର 30 (ଖବର ଓଡ଼ିଶା):
କରୋନାରେ ଆକ୍ରାନ୍ତ ହେଲେ ତେଲୁଗୁ ଅଭିନେତା ବରୁଣ ତେଜ କୋନିଡେଲା । ନିକଟରେ ସେ ସାଉଥ୍ ସୁପରଷ୍ଟାର ରାମ ଚରଣ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ସସ୍ପର୍ଶରେ ଆସିଥିଲେ ।
ଅଭିନେତା ବରୁଣ ତେଜ କୋନିଡେଲା ନିଜେ ଏହି ସୂଚନା ଦେଇଛନ୍ତି ଯେ କରୋନାର ଲକ୍ଷଣ ଦେଖାଯିବା ପରେ ସେ କୋଭିଡ୍ ପରୀକ୍ଷା କରାଇଥିଲେ ଯାହା ପଜିଟିଭ୍ ଆସିଛି ।
ଏହା ପରେ ସେ ହାଇଦ୍ରାବାଦ ସ୍ଥିତ ନିଜ ଘରେ ଆଇସୋଲେସନରେ ଅଛନ୍ତି । ସୁଚନା ଅନୁସାରେ ବରୁଣ ତେଜ କୋନିଡେଲା ଏବଂ ରାମ ଚରଣ ଏକାସଙ୍ଗେ ଖ୍ରୀଷ୍ଟମାସ ପାର୍ଟିରେ ଏକାଠି ଥିଲେ ।
ଏହାପରେ ଉଭୟଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଏହି ପାର୍ଟିଟି ବରୁଣ ତେଜଙ୍କ ଭଉଣୀ ଦେଇଥିଲେ । ଯିଏ ନିକଟରେ ଅଭିନେତା ଚୈତନ୍ୟଙ୍କୁ ବିବାହ କରିଛନ୍ତି ।