ଅନୁଭବ-ବର୍ଷା ବିବାଦରେ ନୂଆ ମୋଡ, ପୁଣି ଏକ ପିଟିସନ ଦାଏର କଲେ ବର୍ଷା ଭୁବନେଶ୍ୱର, ସେପ୍ଟେମ୍ବର ୮(ଖବର ଓଡିଶା): Share story: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ ପୁଣି ଏକ ମୋଡ଼ ନେଇଛି। କଟକ ଫାମିଲି କୋର୍ଟରେ ତାଙ୍କର ସାକ୍ଷ୍ୟ ଗ୍ରହଣ କରାଯାଉ ବୋଲି ବର୍ଷା ଗୁରୁବାର ପୁଣି ଏକ ପିଟିସନ ଦାଏର କରିଛନ୍ତି। ଯାହା ଉପରେ ଆସନ୍ତାକାଲି କୋର୍ଟ ଶୁଣାଣି କରିବେ। ତେବେ ଉଭୟ ପକ୍ଷଙ୍କ ସାକ୍ଷ୍ୟ ଏବଂ ଜେରା ପ୍ରକ୍ରିୟା ଶେଷ ହୋଇଥିଲା ଏବଂ ଆଜି ଫାମିଲି କୋର୍ଟରେ ଯୁକ୍ତି ଉପସ୍ଥାପନ ହେବାର ଥିଲା। ଯେଉଁଥିପାଇଁ ଆଜି ଅନୁଭବ କୋର୍ଟରେ ହାଜର ମଧ୍ୟ ହୋଇଥିଲେ। ହେଲେ ବର୍ଷାଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯିବା ବଦଳରେ ସାନି ପିଟିସନ ଦାୟର କରାଯାଇଛି। ସାକ୍ଷ୍ୟ ଗ୍ରହଣ ପାଇଁ ପୂର୍ବରୁ ବାର୍ଷାଙ୍କୁ ଫାମିଲି କୋର୍ଟ ବାରମ୍ବାର ନୋଟିସ କରିଥିଲେ। କିନ୍ତୁ ସେ କୋର୍ଟରେ ଉପସ୍ଥିତ ନହେବାରୁ ତାଙ୍କର ପକ୍ଷ ଉପସ୍ଥାପିତ ହୋଇନଥିଲା ଏବଂ ଉକ୍ତ ପ୍ରକ୍ରିୟା ଉପରେ ପୂର୍ଣ୍ଣଛେଦ ଟାଣିଥିଲେ କୋର୍ଟ। ଖବର ଓଡ଼ିଶା, Reporter, 08/09/2022