ରବିବାର ଆମେରିକାର କାଲିଫର୍ଣ୍ଣିଆସ୍ଥିତ ଲସ୍ ଏଜେଲନ୍ସରେ ୯୬ତମ ଓସ୍କାର ୨୦୨୪ ଆୟୋଜିତ ହୋଇଯାଇଛି। ୨୦୨୪ର ଲସ୍ ଏଞ୍ଜେଲ୍ସର ଡଲବି ଥିଏଟରରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ଓଟିଟି ପ୍ଲାଟଫର୍ମ ଡିଜ୍ନି ପ୍ଲସ ହଟ୍ଷ୍ଟାରରେ ଭାରତରେ ସିଧା ପ୍ରସାରଣ କରାଯାଇଛି।
ଓସ୍କାର ପୁରସ୍କାରକୁ ମନୋରଞ୍ଜନ ଦୁନିଆର ସବୁଠାରୁ ବଡ ପୁରସ୍କାର ଭାବରେ ବିବେଚନା କରାଯାଉଥିବା ବେଳେ ଚଳିତବର୍ଷ ପ୍ରଥମ କରି ହଲିଉଡ ଅଭିନେତା ରବର୍ଟ ଡାଉନି ଜୁନିୟର ଏହି ଓସ୍କାର ପୁରସ୍କାର ଜିତିଛନ୍ତି। ଏଥର ଓସ୍କାର ଆୱାର୍ଡରେ ଫିଲ୍ମ ‘ଓପେନହାଇମର’ର ବାଜିମାତ୍ କରିଛି। ବ୍ରିଟେନର କିମ୍ବଦନ୍ତୀ ନିର୍ଦ୍ଦେଶକ ୫୩ ବର୍ଷୀୟ କ୍ରିଷ୍ଟୋଫର ନୋଲାନଙ୍କ ଫିଲ୍ମ ‘ଓପେନହାଇମର’ ସମୁଦାୟ ୧୩ଟି ବର୍ଗରେ ନାମାଙ୍କନ ପାଇଥିବା ବେଳେ ୩ଟି ପୁରସ୍କାର ଜିତିଛି। ଚଳଚ୍ଚିତ୍ରଟି ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଫିଲ୍ମ ଓ ଶ୍ରେଷ୍ଠ ଅଭିନେତା ସମେତ ବିଭିନ୍ନ ବର୍ଗରେ ପୁରସ୍କୃତ ହୋଇଛି। ସିଲିଆନ୍ ମଫିଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯାଇଥିବା ବେଳେ ‘ପୋର୍ ଥିଙ୍ଗ୍ସ’ ଫିଲ୍ମ ପାଇଁ ଏମା ଷ୍ଟୋନ୍ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ବ୍ରିଟେନର ‘ଜୋନ୍ ଅଫ୍ ଇଣ୍ଟରେଷ୍ଟ’ କୁ ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଲ୍ମ ଭାବେ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି 'ଆନାଟୋମି ଅଫ ଏ ଫଲ'କୁ ମିଳିଛି ବେଷ୍ଟ ଅରିଜିନାଲ ସ୍କ୍ରିନ ପ୍ଲେ ପୁରସ୍କାର। 'ଦି ବୟ ଆଣ୍ଡ ଦି ହିରୋନ'କୁ ବେଷ୍ଟ ଆନିମେଟେଡ ଫିଚର ପୁରସ୍କାର ମିଳିଥିବାବେଳେ 'ୱାର ଇଜ ଓଭର' ବେଷ୍ଟ ଆନିମେଟେଡ ସର୍ଟ ଫିଲ୍ମ ବର୍ଗରେ ପୁରସ୍କାର ଲାଭ କରିଛି। ସେହିପରି ଡାଭିନ ଜୟ ରାଣ୍ଡଲଫ 'ଦି ହୋଲଡଓଭର୍ସ' ଫିଲ୍ମ ପାଇଁ ଶ୍ରେଷ୍ଠ ସପୋର୍ଟିଂ ଆକ୍ଟ୍ରେସ ପୁରସ୍କାର ଲାଭ କରିଛନ୍ତି। 'ଗର୍ଜିଲା ମାଇନସ ୱାନ'କୁ ମିଳିଛି ବେଷ୍ଟ ଭିଜୁଆଲ ଏଫେକ୍ଟସ ଆୱାର୍ଡ।
ଅଧିକ ପଢନ୍ତୁ:ଇସ୍ରୋର ଯୋଜନା: ଚନ୍ଦ୍ରଯାନ-୪ରେ ଯିବ ୨ଟି ରକେଟ୍