ରାଜଧାନୀର ନୂଆ ସ୍ଥାନରେ ପଥ ଉତ୍ସବ । ଆଜି ରଥରୋଡ୍ରେ ଅନୁଷ୍ଠିତ ହୋଇଛି ପଥ ଉତ୍ସବର ତୃତୀୟ ସଂସ୍କରଣ। ନାଚ,ଗୀତ ସହ ଝୋଟି, ଯୋଗ ଚିତ୍ର ଆଦି ପ୍ରତିଯୋଗିତା ଚାଲିଛି । ମନୋରଞ୍ଜନର ମାହୋଲ ସହିତ ଛୁଟି ଦିନରେ ଝୁମୁଛନ୍ତି ରାଜଧାନୀବାସୀ । ପୂର୍ବରୁ ମାଷ୍ଟରକ୍ୟାଣ୍ଟିନ୍ ଓ ଶିଖରଚଣ୍ଡୀରେ ଏହି ଉତ୍ସବ ଆୟୋଜିତ ହୋଇଥିବା ବେଳେ ଏଥର ଏକାମ୍ର ବିଧାନସଭା ମଣ୍ଡଳୀର ରଥ ରୋଡ୍ରେ କରାଯାଇଛି। ରଥରୋଡ୍ରେ ଏତେ ମାତ୍ରାରେ ଜନସମାଗମ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ହେଉଥିବାର ଭ୍ରମ ସୃଷ୍ଟି କରିଥିଲା। ଏହା ବିଏମସିର 100 ତମ ପଥୋତ୍ସବ ହୋଇଥିବା କାରଣରୁ କେକ୍ କାଟି ବିଏମସି ମେୟର ସୁଲୋଚନା ଦାସ, କମିଶନର ବିଜୟ ଅମୃତା କୁଲାଙ୍ଗେ, ଏକାମ୍ର ବିଧାୟକ ଅଶୋକ ପଣ୍ଡା ଓ ଜଟଣୀ ବିଧାୟକ ସୁର ରାଉତରାୟ ଲୋକ ସହ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।