ଡେବ୍ୟୁ କରିବେ ଆସା ଭୋସଲେଙ୍କ ନାତୁଣୀ ଜାନାଇ । ଆସା ଭୋସଲେ ହେଉଛନ୍ତି ବଲିଉଡର ପ୍ରଖ୍ୟାତ ଗାଇକା ତେବେ ତାଙ୍କ ନାତୁଣୀ ଡେବ୍ୟୁ କରିବା ନେଇ ସେ ତାଙ୍କ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ।
ଆଶା ଲେଖୁଛନ୍ତି, ମୋର ନାତୁଣୀ ଜାନାଇ ଭୋସଲେ ଛତ୍ରପତି ଶିବାଜୀଙ୍କ ଜୀବନୀ ଉପରେ ଆଧାରିତ ସିନେମା ‘ଦି ପ୍ରାଇଡ ଅଫ୍ ଆରତ ଛତ୍ରପତି ଶିବାଜୀ ମହାରାଜ’ ଜରିଆରେ ସିନେମା ଜଗତରେ ଯୋଗଦେବା ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ। ମୁଁ ଆନ୍ତରିକତାର ସହ ଆଶା କରୁଛି ଯେ ସେ ସିନେମା ଇତିହାସରେ ସେ ନିର୍ଦ୍ଦିଷ୍ଟ ସ୍ଥାନ ଅକ୍ତିଆର କରିବେ ଏବଂ ଏହାର ମେକର୍ ସନ୍ଦୀପ ସିଂହଙ୍କୁ ଶୁଭେଚ୍ଛା ଜଣାଉଛି । ଏହି ଚଳଚ୍ଚିତ୍ରରେ ଜାନାଇଙ୍କୁ ଡେବ୍ୟୁ କରାଇ ଖୁସି ବ୍ୟକ୍ତ କରିଛନ୍ତି ଚଳଚ୍ଚିତ୍ର ନିର୍ମାତା ସନ୍ଦୀପ ସିଂହ । ସେ କହିଛନ୍ତି ଯେ, ଛତ୍ରପତି ଶିବାଜୀ ମହାରାଜଙ୍କ ପରିବାରର ବଂଶଧର ତଥା ଜାନାଇ ଙ୍କୁ ଫିଲ୍ମରେ ସୁଯୋଗ ଦେଇ ମୁଁ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରୁଛି। ସ୍ୱର୍ଗତ ଲତା ମଙ୍ଗେସକରଜୀ ଏବଂ ଆଶା ଭୋସଲେଜୀଙ୍କ ସେ ନାତୁଣୀ। ସେ ଜଣେ ପ୍ରତିଭାସଂପନ୍ନ ନୃତ୍ୟଶିଳ୍ପୀ ଏବଂ ଜଣେ ଦକ୍ଷ ଅଭିନେତ୍ରୀ ବୋଲି ଖୁବ୍ କମ୍ ଲୋକ ଜାଣନ୍ତି। ସେ ରାଣୀ ସାଇ ବାଇଙ୍କ ଚରିତ୍ରକୁ ସମ୍ପୂର୍ଣ୍ଣ ନ୍ୟାୟ ଦେବେ ବୋଲି ମୋର ବିଶ୍ବାସ ।