ଟିଭି ଆକ୍ଚର ତଥା ହୋଷ୍ଟ ଅର୍ଜୁନ ବିଜଲାନୀ ଏବେ ହସ୍ପିଟାଲରେ ଭର୍ତ୍ତି । ନିଜ କମେଡି ଭରା ହୋଷ୍ଟ ଏବଂ ଦମଦାର ଆକ୍ଚିଂ ପାଇଁ ସେ ବେଶ ପରିଚିତ । ତାଙ୍କର ଆକ୍ଟିଂ ଜରିଆ ରେ ସେ ଦର୍ଶକଙ୍କ ହୃଦୟରେ ସବୁବେଳେ ରାଜ କରୁଥାନ୍ତି ।
ତେବେ ଅର୍ଜୁନଙ୍କୁ ନେଇ ଏକ ବଡ ଖବର ସୋସିଆଲ ମିଡିଆରୁ ଆସୁଛି । ଅର୍ଜୁନଙ୍କ ସ୍ବସ୍ଥବସ୍ଥା ଠିକ ନଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ମୁମ୍ବାଇର ହିନ୍ଦୋଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସେଠାର ତାଙ୍କ ସର୍ଜରୀ ହୋଇଥିବା ଜଣାପଡିଛି । ଏନେଇ ସୂଚନା ଦେଇ ଅର୍ଜୁନ କହିଛନ୍ତି, ମୋ’ ପେଟରେ ଖୁବ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଆଜି ସକାଳେ ମୋର ଏକ ସର୍ଜରୀ ହୋଇଛି।
ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅର୍ଜୁନ ବିଜଲାନୀ ହସ୍ପିଟାଲ ବେଡରୁ ଇଞ୍ଜେକସନ ନେଇଥିବା ହାତର ଫଟୋ ପୋଷ୍ଟ କରିଛନ୍ତି। ଏଥିସହ କ୍ୟାପସନରେ ସେ ଲେଖିଛନ୍ତି, ଯାହା ହୋଇଥାଏ ଭଲ ପାଇଁ ହୋଇଥାଏ।