ଦିନକୁ 'ଜୱାନ' ର କ୍ରେଜ ବଢ଼ିବାରେ ଲାଗିଛି । ଫିଲ୍ମ ରିଲିଜ ର ଏତେ ଦିନ ପରେ ମଧ୍ୟ ଦର୍ଶକମାନେ ବଲିଉଡର କିଙ୍ଗ ଖାନଙ୍କର ଜବରଦସ୍ତ ଅଭିନୟକୁ ଭୁଲି ପାରି ନାହାନ୍ତି । ଦର୍ଶକମାନେ ନିଜର ଭିନ୍ନ ଭିନ୍ନ ଅନ୍ଦାଜରେ ଶାହରୁଖ ଖାନଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି । କିଏ ତାଙ୍କ ଫିଲ୍ମର ଗୀତରେ ଡାନ୍ସ କରି ତା ପୁଣି କିଏ ତାଙ୍କ ଡାଇଲଗରେ ଅଭିନୟ କରି ।
ସେହିପରି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ସଦର ମହକୁମା ନୂଆସାହିର ରାହୁଲ ପାତ୍ରଙ୍କ ଚିତ୍ରକଳାକୁ ଦେଖି ପ୍ରଶଂସା କରୁଛନ୍ତି ବଲିଉଡ୍ ର କିଙ୍ଗ ଖାନ । ରାହୁଲ ପ୍ରଧାନୀଗୁଡ଼ା କାଜୁମିଲଠାରେ ଶାହରୁଖ ଖାନଙ୍କ 'ଜୱାନ' ଫିଲ୍ମର 10 ଫୁଟ ଉଚ୍ଚତା ଓ 6 ଫୁଟ ଚଉଡ଼ାର ଏକ ଚିତ୍ର ଅଙ୍କିଛନ୍ତି ।
ସେହି ଚିତ୍ରକଳା ଟିକୁ ତିଆରି କରିବା ପାଇଁ ତାଙ୍କୁ ମୋଟ 3 ଦିନ ସମୟ ଲାଗିଥିଲା । ଆକ୍ରିଲିକ ପେଣ୍ଟ ସାହାଯ୍ୟରେ ଏହି ଚିତ୍ରକୁ ଆଙ୍କି ସେଥିରେ 'ଜୱାନ' ମ୍ୟୁଜିକ ଦେଇ ଏହାକୁ ୟୁଟ୍ୟୁବ ରେ ପୋଷ୍ଟ କରିଥିଲେ । ଏହାପରେ ଏହି ଭିଡ଼ିଓ ଟିକୁ ଶାହରୁଖ ଖାନଙ୍କ ଜଣେ ଫ୍ୟାନ ଏକ୍ସ ରେ ଶାହରୁଖ ଖାନଙ୍କୁ ଟ୍ୟାଗ କରି ପୋଷ୍ଟ କରିଥିଲେ । ଏହାପରେ ଶାହରୁଖ ଖାନ ତାହାକୁ ଦେଖି ରାହୁଲଙ୍କ ଚିତ୍ରକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।
ସେ ଏହାକୁ ନିଜ ଟୁଇଟର ଆକାଉଣ୍ଟରୁ ଶେୟାର କରିଛନ୍ତି। ଆପଣ ଜଣେ ଦକ୍ଷ ଚିତ୍ରକର। ଏହା ସୁନ୍ଦର ଚିତ୍ରକଳା ବୋଲି ନିଜ ଟୁଇଟ୍ରେ ଜଣାଇଛନ୍ତି। ଶାହରୁଖ ପ୍ରଶଂସା କରିବା ସହ ଲେଖିଛନ୍ତି , ଏହି ସୁନ୍ଦର ଭିଡ଼ିଓ ପାଇଁ ଅନେକ ଅନେକ ଧନ୍ୟବାଦ ରାହୁଲ । ନାଁ ତା ଶୁଣି ହିଁ ଥିବ । ତମେ ବହୁତ ପ୍ରତିଭାଶାଳୀ । ତମ ପ୍ରତିଭା ବହୁତ ହିଁ ସୁନ୍ଦର । ଲଭ ୟୁ । ଶାହାରୁଖଙ୍କ ଟୁଇଟ୍ ପରେ ରାହୁଲଙ୍କୁ ତାଙ୍କ ପରିବାର ଏବଂ ବନ୍ଧୁ ବାନ୍ଧବମାନେ ତାଙ୍କର ବହୁତ ପ୍ରଶଂସା କରୁଛନ୍ତି ।
ଅଧିକ ପଢ଼ନ୍ତୁ: ବିପର୍ଯ୍ୟସ୍ତଙ୍କୁ ଆମୀରଙ୍କ ସହାୟତା