କିଛିଦିନ ତଳେ ହିମାଞ୍ଚଳ ପ୍ରଦେଶରେ ଆକାଶ ଫଟା ବର୍ଷା ହୋଇଥିଲା । ବର୍ଷାର ପ୍ରଭାବରେ ଭୂସ୍ଖଳନ ହୋଇ ବହୁ କୋଠା ଭାଙ୍ଗିଯାଇ ମାଟିରେ ମିଶିଯାଇଛି। ଏମିତିକି ସେଠାରେ ବନ୍ୟା ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଏବେ ସେଠାକାର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତି ପରିସ୍ଥିତି ରେ ସେଠାକାର ଲୋକଙ୍କୁ ସହାୟତା ଯୋଗାଇଦେବାକୁ ଅନେକ ଲୋକ ହାତ ବଢ଼ାଉଥିବାବେଳେ ବଲିଉଡ୍ ର ଅଭିନେତା ଆମୀର ଖାନ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ସୂଚନା ଅନୁଯାୟୀ, ସେ ହିମାଚଳବାସୀଙ୍କୁ ୨୫ ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ତି। ବିପର୍ଯ୍ୟୟ ପାଣ୍ଠିରେ ଆମୀରଙ୍କ ଏହି ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ନିକଟରେ ଆମୀରଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଥିଲା । ନିଜ ଅଭିନୟ କ୍ୟାରିୟର ରୁ କିଛି ସମୟ ବ୍ରେକ ନେଇଛନ୍ତି ଆମୀର । ଏହି ବ୍ରେକରେ ଆମୀର ତାଙ୍କ ପରିବାରଙ୍କ ସହ ସମୟ ବିତାଉଛନ୍ତି । ଏଥିସହ ସେ ତାଙ୍କ ଝିଅର ବିବାହ ପାଇଁ ମଧ୍ୟ ବ୍ୟସ୍ତ ରହିଛନ୍ତି। ଏଥି ମଧ୍ୟରେ ସେ ବନ୍ୟା ବିପର୍ଯ୍ୟସ୍ତ ଲୋକଙ୍କୁ ସାହାଯ୍ୟର ହାତ ମଧ୍ୟ ବଢ଼ାଇଛନ୍ତି ।
ଅଧିକ ପଢ଼ନ୍ତୁ: ସତ ନା ଗୁଜବ !