ଜାତୀୟ ନିର୍ବାଚନ ଆୟୋଗର 'ନ୍ୟାସନାଲ ଆଇକନ୍' ଭାବରେ ସଚିନ୍ ତେନ୍ଦୁଲକରଙ୍କୁ ମନୋନୀତ କରାଯାଇଛି । ଆସନ୍ତା ଲୋକସଭା ନିର୍ବାଚନ -୨୦୨୪ ପାଇଁ ଜାତୀୟ ନିର୍ବାଚନ ଆୟୋଗ ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ ନିର୍ବାଚନ ଆୟୋଗ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ ପ୍ରକ୍ରିୟାରେ ଅଧିକ ଭୋଟର ଯୋଡିବା ପାଇଁ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ବୁଧବାର ନିର୍ବାଚନ ଆୟୋଗ "ଜାତୀୟ ଆଇକନ୍" ଭାବରେ ନାମିତ କରାଯିବ। ବୁଧବାର ଦିନ ତେନ୍ଦୁଲକର ଏବଂ ଦିଲ୍ଲୀର ନିର୍ବାଚନ ପ୍ୟାନେଲ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହେବ। ତିନି ବର୍ଷିଆ ଚୁକ୍ତି ଅନୁଯାୟୀ ତେନ୍ଦୁଲକର ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ । ଏହି ସହଭାଗୀତା ମାଧ୍ୟମରେ ନିର୍ବାଚନ ଆୟୋଗ ସହରାଞ୍ଚଳ ତଥା ଯୁବ ପିଢିଙ୍କୁ ଭୋଟ୍ ଦେବା ପାଇଁ ଆହ୍ୱାନ ଦେଇଛନ୍ତି। ନିର୍ବାଚନ ଆୟୋଗ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଭାରତୀୟଙ୍କ ସହ ଏହାର "ଜାତୀୟ ଆଇକନ୍" ଭାବରେ ନାମିତ କରି ଭୋଟରଙ୍କୁ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବାକୁ ପ୍ରେରଣା ଯୋଗାଉଛନ୍ତି।
ଗତ ବର୍ଷ କମିଶନ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ଜାତୀୟ ଆଇକନ୍ ଭାବରେ ସ୍ୱୀକୃତି ଦେଇଥିଲେ। ଏହାପୂର୍ବରୁ, ୨୦୧୯ ଲୋକସଭା ନିର୍ବାଚନରେ ଏମଏସ ଧୋନି, ଆମୀର ଖାନ ଏବଂ ମେରି କୋମଙ୍କ ପରି ଭେଟେରାନ ମାନେ ନିର୍ବାଚନ ଆୟୋଗର ଜାତୀୟ ପ୍ରତୀକ ଥିଲେ। ବର୍ତ୍ତମାନ ଏଥର କ୍ରିକେଟ୍ କିମ୍ବଦନ୍ତୀ ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ସଚିନ ତେନ୍ଦୁଲକରଙ୍କୁ ଜାତୀୟ ଆଇକନ୍ ଭାବରେ ମନୋନୀତ କରାଯାଇଛି।
ଅଧିକ ପଢନ୍ତୁ,ପାକିସ୍ତାନରୁ ଆସିଛି ରାକ୍ଷୀ