ଆସନ୍ତା ସେପ୍ଟେମ୍ବର ମାସରେ ହେବାକୁ ଯାଉଛି ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ। ସମୁଦାୟ ୩୯ ଜଣ ପାର୍ଥୀ ଅଂଶ ଗ୍ରହଣ କରୁଥିବା ବେଳେ ତାଙ୍କ ମଧ୍ୟରେ ତିନିଜଣ ତାମିଲ ଓ ଦୁଇଜଣ ବୌଦ୍ଧ ଧାର୍ମିକ ସାଧୁ ରହିଛନ୍ତି। ମାତ୍ର ଜଣେ ହେଲେ ବି କେହି ମହିଳା ପ୍ରାର୍ଥୀ ଏହି ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି।
ଗୁରୁବାର ଦିନ ନାମାଙ୍କନ ପ୍ରକ୍ରିୟା ସକାଳ ୯ ଟାରୁ ୧୧ ଟା ମଧ୍ୟ ରେ ଶେଷ ହୋଇଛି। ଏହି ବର୍ଷ ୧୭ ହାଜ଼ାରରୁ ଉର୍ଦ୍ଧ ପ୍ରାର୍ଥୀ ୨୨ଟି ଜିଲ୍ଲାରୁ ଭୋଟ ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ।
ବର୍ତମାନର ରାଷ୍ଟ୍ରପତି ବିକ୍ରମସୀଙ୍ଗେଙ୍କ ସହିତ ଅନ୍ୟ ପ୍ରମୁଖ ନେତା ମଧ୍ୟରେ ଅଛନ୍ତି ରାଜପକ୍ଷେ ପରିବାରର ନମଲ ରାଜପକ୍ଷେ, ବିରୋଧୀ ଦଳ ନେତା ସାଜିଥ ପ୍ରେମଦାସା।
୨୦୨୨ଏପ୍ରିଲ ମାସ ରେ ଶ୍ରୀଲଙ୍କା ଆର୍ଥିକ ସଙ୍କଟ ର ସମ୍ମୁଖୀନ ହୋଇ ନିଜକୁ ଦେବାଳିଆ ଘୋଷିତ କରିଥିଲା। ସେଇ ସମୟ ପରେ ବର୍ତମାନ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେଉଛି ।