ଆସନ୍ତା ଫେବୃଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ । ଏନେଇ ଆଜି ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ୧୫ଟି ରାଜ୍ୟରେ ଖାଲି ପଡିବାକୁ ଥିବା ୫୬ ଆସନ ପାଇଁ ନିର୍ବାଚନ ହେବ । ନିର୍ବାଚନ ପାଇଁ ଫେବୃଆରୀ ୮ ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଫେବୃଆରୀ ୧୫ ତାରିଖରେ ନାମାଙ୍କନ ଦାଖଲ ଶେଷ ତାରିଖ ରହିଛି । ଏହାପରେ ୧୬ ତାରିଖରେ ଯାଞ୍ଚ ଏବଂ ୨୦ ତାରିଖରେ ନାମାଙ୍କନ ପ୍ରତ୍ୟାହର ଶେଷ ତାରିଖ ରହିଛି । ଫେବୃଆରୀ ୨୭ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ମତଦାନ ପରେ ସେହିଦିନ ହିଁ ଗଣତି କରାଯିବ । ଏହାପରେ ଫଳାଫଳ ପ୍ରକାଶ ପାଇବ ।
କାର୍ଯ୍ୟକାଳ ସରିବାକୁ ଥିବା ୫୬ ଜଣ ସାଂସଦଙ୍କ ମଧ୍ୟରୁ ଉତ୍ତରପ୍ରଦେଶେର ୧୦ ଜଣ ସାଂସଦ ,ମହାରାଷ୍ଟ୍ର ଓ ବିହାରରେ ୬ ଜଣ , ମଧ୍ୟପ୍ରଦେଶରେ ଓ ପଶ୍ଚିମବଙ୍ଗରେ ୫ , ଗୁଜରାଟ ଓ କର୍ଣ୍ଣାଟକରେ ୪ ଟି ସିଟ , ଓଡିଶା, ରାଜସ୍ଥାନ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ୩ଟି ସିଟ , ଏବଂ ଛତିଶଗଡ, ହରିଆଣା ଓ ହିମାଚଳ ପ୍ରଦେଶରେ ଜଣେ ଲେଖାଏଁ ସାଂସଦଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ସୂଚନା ଅନୁଯାୟୀ ଏପ୍ରିଲ ୩ରେ ଓଡିଶାର ୩ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି ।
ଅଧିକ ପଢନ୍ତୁ :- ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ କୁମାର