ଫେବୃଆରୀ ୮ରେ ହେବ ପାକିସ୍ତାନର ସାଧାରଣ ନିର୍ବାଚନ 03/11/2023 Share story: ପାକିସ୍ତାନର ସାଧାରଣ ନିର୍ବାଚନ ଆସନ୍ତାବର୍ଷ ଫେବୃଆରୀ ୮ରେ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ରାଷ୍ଟ୍ରପତି ଅରିଫ୍ ଆଲଭିଙ୍କୁ ଭେଟିବା ପରେ ଗୁରୁବାର ଏହା ଘୋଷଣା କରାଯାଇଛି। କିଛି ସମୟ ପୂର୍ବରୁ କମିଶନଙ୍କ ଓକିଲ ନିର୍ବାଚନ ଫେବୃୟାରୀ ୧୧ରେ ହେବ ବୋଲି ପାକ ସୁପ୍ରିମକୋର୍ଟକୁ ଜଣାଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କମିଶନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବା ପରେ ତାରିଖ ପରିବର୍ତ୍ତନ ହୋଇଛି। ଜାନୁୟାରୀ ଶେଷ ସପ୍ତାହରେ ନିର୍ବାଚନ ହେବ ବୋଲି ପୂର୍ବରୁ ନିର୍ବାଚନ କମିଶନ କହିଥିଲେ ମଧ୍ୟ ନିର୍ଦ୍ଧିଷ୍ଟ ତାରିଖ ସମ୍ପର୍କରେ କହିବାକୁ ମନା କରିଦେଇଥିଲେ । ପାକିସ୍ତାନର ଆଇନ ମୁତାବକ ନ୍ୟାସନାଲ ଆସେମ୍ବଲି ଓ କ୍ଷେତ୍ରୀୟ ବିଧାନସଭା ଭାଙ୍ଗିବାର ୯୦ ଦିନ ମଧ୍ୟରେ ନିର୍ବାଚନ ହେବା କଥା। ନଭେମ୍ବର ୭ରେ ଏହି ସମୟସୀମା ଶେଷ ହେଉଛି। ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲରେ ହୋଇଥିବା ନୂଆ ଜନଗଣନା ଆଧାରରେ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟ ଚାଲିଥିବାରୁ ସାଧାରଣ ନିର୍ବାଚନ ବିଳମ୍ବିତ ହେଉଛି । ଅଧିକ ପଢ଼ନ୍ତୁ : ଏବେ ସାରା ବିଶ୍ୱରେ ଚିନ୍ତା ବଢାଇବ ସୁନା ଓ ତେଲର ଦର Khabar Odisha Pakistan general election Election Commission President Arif Alvi Abhilipsa Rath, Author, 03/11/2023