ଓଡିଶାରେ ବିଜେପିକୁ ମିଳିଛି ବହୁମତ। ବିଜେଡି ଗଡକୁ ଭାଙ୍ଗିଛି ବିଜେପି। ସାରା ରାଜ୍ଯରେ ମୋଦୀ ଲହର। ଓଡ଼ିଶାରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ନିର୍ବାଚନ ପ୍ରଚାରରେ ଆସି ପ୍ରଧାନମନ୍ତ୍ରୀ ବାରମ୍ବାର କହୁଥିଲେ ୪ ଜୁନ୍ ବିଜେପିର ଏକ୍ସପାରୀ ଡେଟ୍ ହେବ। ତାହା ଆଜି ସତ ହୋଇଛି। ଗାଦିଚ୍ଯୁତ ହୋଇଛି ବିଜେଡି। ମୋଦୀ କହିଥିଲେ ୧୦ ଜୁନ୍ କୁ ନିମନ୍ତ୍ରଣ ରହିଲା ଓଡିଆ ପୁଅ କିମ୍ବା ଝିଅ ମୁଖ୍ଯମନ୍ତ୍ରୀ ହେବ। ତାହା ଆଜି ସତ ହେବାକୁ ଯାଉଛି। ୮୦ ଭୋଟରେ ଆଗୁଆ ଅଛି ବିଜେପି ଆଉ ଏଥର ରାଜ୍ଯରେ ସରକାର ଗଢିବାକୁ ଯାଉଛି।