ନୂଆଦିଲ୍ଲୀ: ହରିୟାଣା ଓ ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଆଜି ହେଉଛି। ଏହି ଦୁଇ ରାଜ୍ୟରେ କେଉଁ ଦଳ ସରକାର ଗଢ଼ିବ ଏବଂ କିଏ ମୁଖ୍ୟମନ୍ତ୍ରୀର ମୁକୁଟ ପିନ୍ଧିବେ ସେ ନେଇ ସମସ୍ତ ପ୍ରଶ୍ନରୁ ମଙ୍ଗଳବାର ପରଦା ହଟିବ। ଏହା ସହ ଜମ୍ମୁ-କଶ୍ମୀରବାସୀଙ୍କ ସରକାର ପାଇଁ ଗତ ୬ ବର୍ଷ ଧରି ଚାଲିଥିବା ପ୍ରତୀକ୍ଷାର ଅନ୍ତ ଘଟିବ।
୨୦୧୪ରେ ଜମ୍ମୁ-କଶ୍ମୀରରେ ଶେଷ ଥର ପାଇଁ ବିଧାନସଭା ନିର୍ବାଚନ ହୋଇଥିଲା। ଏହାପରେ ସେଠାରେ ପିଡିପି ଓ ବିଜେପି ମେଣ୍ଟ ସରକାର ଗଠିତ ହୋଇଥିଲେ ହେଁ ଏହି ସରକାର ନିଜର କାର୍ଯ୍ୟକାଳ ପୂରଣ କରିପାରିନଥିଲେ ଏବଂ ଅକାଳରେ ଭାଙ୍ଗି ଯାଇଥିଲେ। ପରେ ୨୦୧୮ରେ ବିଧାନସଭାକୁ ମଧ୍ୟ ଭଙ୍ଗ କରି ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ସେବେଠାରୁ ପୁଣି ଥରେ ନିର୍ବାଚନ ପାଇଁ ଦାବି ଉଠିଥିଲା।
ଉଭୟ ରାଜ୍ୟରେ ଭୋଟ ଗଣତି ପାଇଁ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ। ଏଥିସହିତ ସାଧାରଣ ପର୍ଯ୍ୟବେକ୍ଷକଙ୍କ ସହ ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ମୁତୟନ କରାଯାଇଛି। ପ୍ରତ୍ୟେକ ବିଧାନସଭା ଆସନର ଭୋଟ ଗଣତି ଉପରେ କିଏ ତୀକ୍ଷ୍ଣ ନଜର ରଖିବ।
ସୋମବାର ଉଭୟ ରାଜ୍ୟରେ ଭୋଟ ଗଣତି ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କମିଶନ। ଉଭୟ ରାଜନୈତିକ ଦଳର ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭୋଟ୍ ଗଣତି ଓ ଆଗାମୀ ଫଳାଫଳକୁ ନେଇ ଉଭୟ ଦଳ ସୋମବାର ରଣନୀତି ବୈଠକ କରିଥିଲେ। ଏହା ଭିନ୍ନ କଥା ଯେ ହରିୟାଣାରେ ବିଜେପି କ୍ଷମତାକୁ ଫେରିଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ।
ଏହି ନିର୍ବାଚନ ପୂର୍ବରୁ ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ମିଳିଥିଲା। ଏହି ନିର୍ବାଚନରେ ସେ ଜୋରଦାର ପ୍ରଚାର ମଧ୍ୟ କରିଛନ୍ତି। ଏହା ସହ ଜମ୍ମୁ-କଶ୍ମୀରର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ମଧ୍ୟ ସାରା ଦେଶର ନଜର ରହିଛି।
ଅଧିକ ପଢ଼ନ୍ତୁ: ହିମାଚଳ ପ୍ରଦେଶରେ ଡ୍ରୋନ ପଠାଇ ଗୁଇନ୍ଦାଗିରି କରୁଛି ଚୀନ?