ଜୟପୁର: ରାଜସ୍ଥାନର ୨୫ ଲୋକସଭା ଆସନରେ ୨୬୬ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି। ଏଥିରେ ୧୯ ଜଣ ଅଛନ୍ତି ମହିଳା। ନିର୍ବାଚନରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ୪ ଜଣ କେନ୍ଦ୍ରମନ୍ତ୍ରୀ, ୭ଜଣ ବିଧାୟକ ଓ ୨ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅବତୀର୍ଣ୍ଣ ହୋଇଛନ୍ତି। ଭାରତୀୟ ଜନତା ପାର୍ଟି ସମସ୍ତ ଆସନରେ ନିର୍ବାଚନ ଲଢେଇ କରୁଛି।
ରାଜସ୍ଥାନର ଜୟପୁର ସହରରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଖାତା ଖୋଲିଛି । ମଂଜୁ ଶର୍ମା ପାଖାପାଖି ୨ ଲକ୍ଷ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିଜେପିର ପ୍ରାର୍ଥୀ ମଂଜୁଙ୍କୁ ୬,୫୦,୮୨୩ ଭୋଟ ମିଳିଥିବା ବେଳେ କଂଗ୍ରେସର ପ୍ରତାପ ସିଂହ ଖାଚରିୟାୱାସଙ୍କୁ ୪,୨୩,୧୮୧ ଖଣ୍ଡ ଭୋଟ୍ ମିଳିଛି । ସେହିପରି ବହୁଜନ ସମାଜ ପାର୍ଟିର ପ୍ରଶର୍ଥୀ ରାଜେଶ ତମ୍ବରଙ୍କୁ ମାତ୍ର ୨୪୭୭ ଖଣ୍ଡ ଭୋଟ୍ ମିଳିଛି । ମଂଜୁ ଶର୍ମା ୨,୨୭,୧୮୧ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।
ସେହିପରି ଆଜମେର ଲୋକସଭା ଆସନରେ ବିଜେପିର ଭଗୀରଥ ୧ ଲକ୍ଷ ୪୦, ୯୮୧ ଖଣ୍ଡ ଭୋଟ୍ରେ ଆଗୁଆ ଅଛନ୍ତି । ଅଲୱରରେ ବିଜେପି ପ୍ରାର୍ଥୀ ୩୯,୯୪୯ ଖଣ୍ଡ ଭୋଟ୍ରେ ଆଗୁଆ ଅଛନ୍ତି । କୋଟାରେ ମଧ୍ୟ ବିଜେପିର ପ୍ରାର୍ଥୀ ଓମ୍ ବିର୍ଲା ୧୩ ହଜାର ଭୋଟ୍ରେ ଆଗୁଆ ଥିବା ଜଣାଯାଇଛି ।