ମଙ୍ଗଳବାର ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଙ୍ଗଳବାର ଦିନ ମଧ୍ୟ ପ୍ରଦେଶର ବାଲାଘାଟରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ଓ ରାଜ୍ୟର ଜନସାଧାରଣଙ୍କୁ ରାଜ୍ୟର ସମସ୍ତ ଆସନରେ ବିପୁଳ ଭୋଟରେ ପଦ୍ମ ଫୁଟାଇବାକୁ ଅପିଲ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମଞ୍ଚ ଉପରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ମଧ୍ୟ ପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ପ୍ରହ୍ଲାଦ ପଟେଲ, ବାଲାଘାଟରୁ ବିଜେପିର ଲୋକସଭା ପ୍ରାର୍ଥୀ ଭାରତୀ ପାରଧୀ ଓ ମଣ୍ଡଳାରୁ ବିଜେପିର ଲୋକସଭା ପ୍ରାର୍ଥୀ ଫଗନ ସିଂହ କୁଲସ୍ତେଙ୍କ ସହିତ ପାର୍ଟିର ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ ।
ମାନନୀୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜିର ସମାବେଶରେ ହୋଇଥିବା ଜନଗହଳି କେଶରିଆ ସାଗର ପରି ଦୃଶ୍ୟମାନ ହେଉଛି । ମାଆ ଓ ଭଉଣୀଙ୍କ ଭିଡ ଓ ଜନସମର୍ଥନ ଜୁନ ୪ର ଫଳାଫଳକୁ ପୂର୍ବରୁ ହିଁ କହିଦେଉଛି । ୪ ଜୁନ୍ ୪୦୦ ପାର ହେବ । କିଛି ଦିନ ପୂର୍ବରୁ ହୋଇଥିବା ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନରେ ଲୋକେ କଂଗ୍ରେସକୁ ସମ୍ପୂର୍ଣ୍ଣ ଭାବେ ସଫା କରିଦେଇଥିଲେ । ଏବେ ଲୋକସଭା ନିର୍ବାଚନରେ କଂଗ୍ରେସର ନେତା ବିଜେପି ସହିତ ନୁହେଁ, ପରସ୍ପର ମଧ୍ୟରେ ଲଢୁଛନ୍ତି । ମଧ୍ୟପ୍ରଦେଶର କୋଣ-ଅନୁକୋଣରେ ପୁଣି ଥରେ ମୋଦି ସରକାର ନାରା ଗୁଞ୍ଜରିତ ହେଉଛି । ଏକବିଂଶ ଶତାବ୍ଦୀର ଭାରତ ପାଇଁ ୨୦୨୪ ଲୋକସଭା ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ନିର୍ବାଚନ କାହାକୁ ସାଂସଦ କରିବାକୁ ନୁହେଁ, ନୂଆ ଭାରତ ନିର୍ମାଣର ମିଶନ ଅଟେ । ଆଗାମୀ ଲୋକସଭା ନିର୍ବାଚନ ବିକଶିତ ଭାରତର ସଂକଳ୍ପକୁ ନୂଆ ଉର୍ଜା ପ୍ରଦାନ କରିବାର ନିର୍ବାଚନ ଅଟେ । ଭାରତରେ ଆୟୋଜିତ ହୋଇଥିବା ଜି - ୨୦ ଅଧିବେଶନରେ ବିଶ୍ୱର ବଡ ନିଷ୍ପତ୍ତି ନିଆଯିବା କାରଣରୁ ପ୍ରତ୍ୟେକ ଦେଶବାସୀ ଗୌରାବାନ୍ୱିତ ହୋଇଛନ୍ତି । ଯେତେବେଳେ ଆମେରିକାରୁ ନେଇ ଅଷ୍ଟ୍ରେଲିଆରେ ଭାରତର ଜୟଗାନ ହୁଏ, ସେତେବେଳେ ପ୍ରତ୍ୟେକ ଦେଶବାସୀଙ୍କ ମୁଣ୍ଡ ସମ୍ମାନରେ ଉଠିଥାଏ । କଂଗ୍ରେସର ପୂର୍ବ ସରକାର ନିଜ ସମସ୍ୟାକୁ ନେଇ ଅନ୍ୟ ଦେଶକୁ ଯାଇଥାନ୍ତି, କିନ୍ତୁ ଏବେ ସମୟ ବଦଳିଯାଇଛି । ଆଜି ବିଶ୍ୱର ବଡ ବଡ ଦେଶ ପ୍ରସଙ୍ଗ ନେଇ ସମାଧାନ ପାଇଁ ଭାରତ ସହ ଆଲୋଚନା କରୁଛନ୍ତି । ଦେଶର ଏଭଳି ସ୍ଥିତି ଦେଖି ପ୍ରତ୍ୟେକ ହିନ୍ଦୁସ୍ଥାନୀର ମନୋବଳ ବୃଦ୍ଧି ପାଉଛି ।
ଶ୍ରୀ ମୋଦି ଆହୁରି କହିଛନ୍ତି ଯେ, ସ୍ୱାଧୀନତା ପରେ ଦଶନ୍ଧି ଯାଏ କଂଗ୍ରେସ ପୁରୁଣା ଚିନ୍ତାଧାରାରେ ଚାଲୁଥିଲା । ସ୍ୱାଧୀନତା ସଂଗ୍ରାମକୁ ନେଇ କଂଗ୍ରେସର ଅହଂକାର ଥିଲା, ଯେଉଁ କାରଣରୁ ସେମାନେ କ୍ଷମତାର ଲଢେଇରେ ସାଧାରଣ ଲୋକଙ୍କ ତ୍ୟାଗ, ତପସ୍ୟା ଏବଂ ବଳିଦାନ ପ୍ରତ୍ୟାଖ୍ୟାନ କରିଥିଲେ । ଗୋଟିଏ ଛୋଟ ପରିବାରର ସଦସ୍ୟମାନେ କଂଗ୍ରେସକୁ ନିୟନ୍ତ୍ରଣକୁ ନେଇଥିଲେ, ଯାହାର ଚିନ୍ତାଧାରା ଦେଶକୁ ପଛକୁ ଆହୁରି ଠେଲିଦେଇଥିଲା । କଂଗ୍ରେସ ଭାବୁଥିଲା ଯେ, ଭାରତ ଏକ ଗରିବ ଦେଶ ଅଟେ ଏବଂ ଗରିବ ଦେଶକୁ ଆଧୁନିକ ରାସ୍ତା, ରାଜପଥ, ଟ୍ରେନ ଓ ଏୟାରପୋର୍ଟର କଣ ଆବଶ୍ୟକତା ରହିଛି । କଂଗ୍ରେସର ବଡ ନେତାମାନେ ସୁବିଧାଗୁଡିକୁ କେବଳ ନିଜ ସହରରେ ସୀମିତ ରଖିଥିଲେ ଏବଂ ସାଧାରଣ ଲୋକେ ଏହାର ଲାଭରୁ ବଂଚିତ ହେଉଥିଲେ । କିନ୍ତୁ ସବକା ସାଥ ଓ ସବକା ବିକାଶର ମୂଳମନ୍ତ୍ର ସହିତ ବିଜେପି ସରକାର ଦେଶର ଗାଁକୁ ପ୍ରାଥମିକତା ଦେଉଛି । ଆଧୁନିକ ଭିତ୍ତିଭୂମି ଉପରେ ଆଜିଯାଏ କୌଣସି ସରକାର ଏତେ ଟଙ୍କା ଖର୍ଚ୍ଚ କରିନାହିଁ, ଯେତିକି ଟଙ୍କା ବିଜେପି ସରକାର କରୁଛି । ବିଜେପି ସରକାର ଶିଭନୀ-ନାଗପୁରରେ ୪ଲେନ ରାଜପଥ, ଗୋଡିୟା-ବାଲାଘାଟ-ଶିଭନୀ ରାଜପଥ, ନର୍ମଦା ପ୍ରଗତି ପଥର ନିର୍ମାଣ କରିଛି । ବିଜେପି ସରକାର ଆଧୁନିକ ବନ୍ଦେ ଭାରତ ଟ୍ରେନର ଆରମ୍ଭ କରିଛି ଏବଂ ଅମୃତ ଭାରତ ଷ୍ଟେସନ ଅନ୍ତର୍ଗତ 80ଟି ରେଲୱେ ଷ୍ଟେସନର ଆଧୁନିକିକରଣ କରାଯାଉଛି । ବିଜେପି ସରକାର ମଧ୍ୟପ୍ରଦେଶର କାୟା ବଦଳାଇଦେଇଛି ।ଏବେ ଦେଶକୁ ବହୁତ ଆଗକୁ ନେଇ ଯିବାକୁ ବାକି ରହିଛି । ମୋଦି ପରିଶ୍ରମ କରିଥାଏ କାହିଁକି ନା ତାର ଲକ୍ଷ୍ୟ ବହୁତ ବଡ ଅଟେ । ଯେଉଁଭଳି ଭାବେ ଦୀପାବଳିରେ ଏକ ବଡ ଫୁଲଝରିରୁ ରକେଟକୁ ଲଂଚ କରାଯାଏ, ଠିକ୍ ସେହିପରି ଏବେ ଯାଏ ବିଜେପି ଦ୍ୱାରା କରାଯାଇଥିବା କାମ କେବଳ ଫୁଲଝରି ଅଟେ, ଏବେ ବିକାଶର ରକେଟ ଭାରତକୁ ଶିଖରକୁ ନେଇକରିଯିବ । ଭାରତର ସମ୍ପୂର୍ଣ୍ଣ ସାମର୍ଥ୍ୟରୁ ପ୍ରକୃତ ଦୀପାବଳି ପାଳନ ହେବା ଏବେ ବାକି ଅଛି । ଆଜି ବିଜେପି ସରକାର ବଂଚିତଙ୍କୁ ପ୍ରାଧାନ୍ୟ ଦେଇ କାମ କରୁଛି ।
।ମାନନୀୟ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେଉଁ ବାଲାଘାଟ-ଗୋଂଡିୟା ବ୍ରଡ ଗେଜ ଲାଇନର ମୂଳଦୁଆ ୩୦ବର୍ଷ ପୂର୍ବରୁ ରଖାଯାଇଥିଲା, ଏବେ ତାକୁ ବିଜେପି ସରକାର ଆସି ପୂରଣ କରିଛି । ବିଜେପି ସରକାର ବାଲାଘାଟର ଶାଢୀକୁ ଜିଆଇ ଟ୍ୟାଗ ଦେବା ପାଇଁ ମଧ୍ୟ କାମ କରୁଛି । ଏହି ବିକଶିତ ମଧ୍ୟପ୍ରଦେଶରୁ ବିକଶିତ ଭାରତ ମୋଦିର ଗ୍ୟାରେଣ୍ଟି ଅଟେ । ଏହି ପରିବର୍ତ୍ତନ ଓ ବିକାଶ ଏବେ କେବଳ ଟ୍ରେଲର ଅଟେ । ଏବେ ଦେଶକୁ ବହୁତ ଆଗକୁ ନେଇ ଯିବାକୁ ବାକି ରହିଛି । ଇଣ୍ଡି ମେଣ୍ଟ ର ନେତା ନିଜ ନିଜ ବିରୋଧରେ ଲଢୁଛନ୍ତି ଓ କହୁଛନ୍ତି ମୋଦୀକୁ ହରାଇବାକୁ ମେଣ୍ଟ କରିଛୁ । କିନ୍ତୁ ପ୍ରକୃତରେ ଇଣ୍ଡି ମେଣ୍ଟର ନେତା ମୋଦୀକୁ ନୁହେଁ ଦେଶର ବିକାଶକୁ ରୋକିବାକୁ ଚାହୁଁଛନ୍ତି । ଏଥିପାଇଁ ଏହି ଲୋକମାନେ ମୋଦୀକୁ ଗାଳି ଓ ଧମକ ଦେଉଛନ୍ତି । ମୋଦୀ ପାଇଁ ମୋ ଭାରତ ହିଁ ମୋ ପରିବାର । ନିଜ ସିନ୍ଦୁକ ଭରିବା ପାଇଁ ରାଜନୀତିକୁ ଆସିଥିବା ଲୋକ ମୋଦୀକୁ ଧମକ ଦିଅନ୍ତୁ ନାହିଁ , ମୋଦୀ ନିଜ ରୋଜଗାର ମଧ୍ୟ ଦେଶ ପାଇଁ ସମର୍ପିତ କରିଦେଉଛି ।
ଶେଷରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଉପସ୍ଥିତ ଜନସମୁଦ୍ରଙ୍କୁ ସ୍ଥାନୀୟ ଭାଜପା ପ୍ରାର୍ଥୀଙ୍କୁ ରେକର୍ଡ ଭୋଟ୍ରେ ବିଜୟୀ କରି ଦେଶରେ ତୃତୀୟ ଥର ମୋଦୀ ସରକାର ଗଠନ ପାଇଁ ନିଜର ଯୋଗଦାନ ଦେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।