ପ୍ରକାଶ ପାଇଲା ଚଳିତ ବର୍ଷର NEET UG ଫଳାଫଳ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି। ପରୀକ୍ଷାର୍ଥୀଙ୍କୁ ଇ-ମେଲ୍ ରେ ସ୍କୋରକାର୍ଡ ଦେଖିବାକୁ ପରାମର୍ଶ ଦିଆଯାଇଛି। neet.nta.nic.inରୁ ମଧ୍ୟ ରେଜଲ୍ଟ ଜାଣି ପାରିବେ ପରୀକ୍ଷାର୍ଥୀ। ଚଳିତବର୍ଷ ରାଜସ୍ଥାନର ମହେଶ କୁମାର NEET ପରୀକ୍ଷାରେ ଟପ୍ପର ହୋଇଛନ୍ତି। ସେ ୯୯.୯୯୯୯୫୪୭ ପ୍ରତିଶତ ହାସଲ କରିଛନ୍ତି। ସେହିପରି ମଧ୍ୟପ୍ରଦେଶର ଉତ୍କର୍ଷ ଦିତ୍ୱୀୟ ସ୍ଥାନ ଅଧିକାର କରିଛନ୍ତି। ସ୍ନେହାଶିଷ ଦାଶ ଓଡ଼ିଶାର ଟପ୍ପର ହୋଇଛନ୍ତି। ସେ ସର୍ବଭାରତୀୟ ସ୍ତରରେ ୬୦ତମ ରାଙ୍କରେ ରହିଛନ୍ତି।
ମେ ୪ରେ ଗୋଟିଏ ସିଫ୍ଟରେ ୨୦ ଲକ୍ଷ ପିଲା ଦେଇଥିଲେ ପରୀକ୍ଷା। ଅନ୍ୟପଟେ ଜୁନ୍ ୧୫ ତାରିଖରେ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ଏବେ ଅଗଷ୍ଟ ୩ ତାରିଖରେ ହେବ। ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେଶନ୍ (NBE)ଇନ୍ ମେଡିକାଲ ସାଇନ୍ସେସକୁ ନିଟ୍-ପିଜି ପରୀକ୍ଷା ଅଗଷ୍ଟ ୩ ତାରିଖରେ ହେବା ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଅନୁମତି ଦେଇଛନ୍ତି। ପୂର୍ବରୁ ଦୁଇଟି ସିଫ୍ଟରେ ପରୀକ୍ଷା ହେବାର ରହିଥିଲା।କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଗୋଟିଏ ସିଫ୍ଟରେ କରିବାକୁ ନିର୍ଦ୍ଦେଶ ଦେବା ପରେ ପରୀକ୍ଷା ସ୍ଥଗିତ ରହିଥିଲା। ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମାସିହଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ଅନୁମତି ପ୍ରଦାନ କରିଛନ୍ତି। କୌଣସି ପରିସ୍ଥିତିରେ ପରୀକ୍ଷା ଘୁଞ୍ଚାଯିବ ନାହିଁ ବୋଲି ବେଞ୍ଚ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଗତ ମେ’ ୩୦ ତାରିଖରେ ପରୀକ୍ଷା ସଙ୍ଗିଲ୍ ସିଟିଂ କରାଯିବା ନିଷ୍ପତ୍ତି ପାଇଁ ସୁପ୍ରିମକୋର୍ଟ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ କରିଥିଲେ।