ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । ରାଜ୍ୟର ୧୧୬୦ଟି ପରୀକ୍ଷା କେନ୍ଦ୍ରରେ ୩,୯୩,୬୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେବେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁଭେଚ୍ଛା ଜଣାଇଛନ୍ତି ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀ (ବିଜ୍ଞାନ ବିଭାଗ)ଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଛାତ୍ରଛାତ୍ରୀମାନେ ଚାପମୁକ୍ତ ହୋଇ ଦୃଢ଼ ଆତ୍ମବିଶ୍ୱାସ ରଖି ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ଛାତ୍ରଛାତ୍ରୀଙ୍କ ସଫଳତା ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଶ୍ରୀ ମାଝୀ ।
ଅଧିକ ପଢ଼ନ୍ତୁ- ଲୋକଙ୍କ ସରକାର ବଜେଟରେ ୧୬ ନୂତନ ଯୋଜନା ପାଇଁ ବ୍ୟୟବରାଦ
ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମଧ୍ୟ ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ସମସ୍ତ ଛାତ୍ରାଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ସମସ୍ତ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଓ ସେମାନଙ୍କ ସଫଳତା ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ଅଧିକ ପଢ଼ନ୍ତୁ- ଆଜିଠାରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା ଆରମ୍ଭ, ଭୁବନେଶ୍ୱରରୁ ପୁରୀ ୩ ଦିନ ଧରି ଚାଲିବ ପଦଯାତ୍ରା