ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥର ପାସ୍ ହାର ୯୬.୦୭% ରହିଛି । ଚଳିତବର୍ଷ ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫ ଲକ୍ଷ ୩୦ ହଜାର ୧୫୩ ଜଣ ପାସ୍ କରିଛନ୍ତି। ଏଥର ୨୬୪୪ଟି ସ୍କୁଲରେ ଶତ ପ୍ରତିଶତ ଫଳାଫଳ ହୋଇଛି । ଏଥର ରାଜ୍ୟର କୌଣସି ସ୍କୁଲ୍ରେ ୦% ରେଜଲ୍ଟ ହୋଇନଥିବା ବେଳେ ସବୁ ଜିଲ୍ଲାରେ ପାସ୍ ହାର ୯୦% ଉପରେ ରହିଛି। ଖୋର୍ଦ୍ଧା ଜିଲ୍ଲାରେ ପାସ୍ ହାର ସବୁଠୁ ଅଧିକ ରହିଥିବା ବେଳେ ନୂଆପଡ଼ା ପଛରେ ପଡ଼ିଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୭.୯୮% ରହିଥିବା ବେଳେ ନୂଆପଡ଼ାରେ ପାସ୍ ହାର ସର୍ବନିମ୍ନ ୯୩.୯୧ % ରହିଛି।
ସେହିପରି କଟକରେ ପାସ୍ ହାର ୯୭.୫୮% ,ଜଗତସିଂହପୁରରେ ୯୭.୬%, କେନ୍ଦ୍ରାପଡ଼ାରେ ୯୫.୭୭%, ଯାଜପୁରରେ ୯୫.୯୨%, ଅନୁଗୋଳରେ ୯୬.୬୩%, ଢେଙ୍କାନାଳରେ ୯୫.୧୨%, ପୁରୀରେ ୯୬.୭୬%, ନୟାଗଡ଼ରେ ୯୬.୨୩%, ବାଲେଶ୍ୱରରେ ୯୬.୧ ଓ ଭଦ୍ରକରେ ୯୬.୭୩ % ପାସହାର ରହିଛି।
ସେହିପରି କେନ୍ଦୁଝର ଜିଲ୍ଲାରେ ପାସ୍ ହାର ୯୪.୮% ରହିଥିବା ବେଳେ ମୟୂରଭଞ୍ଜରେ ୯୫.୭%, ଗଜପତିରେ ୯୭.୦୮%, ଗଞ୍ଜାମରେ ୯୭.୦୬%, ବୌଦ୍ଧରେ ୯୫.୪୯%, କନ୍ଧମାଳ ୯୬.୬%, କଳାହାଣ୍ଡିରେ ୯୫.୮୬%, ନୂଆପଡ଼ାରେ ୯୩.୯୧%, ବରଗଡ଼ରେ ୯୭.୬୪%, ସମ୍ବଲପୁରରେ ୯୬.୭୩%, ଦେବଗଡ଼ରେ ୯୬.୭୧%, ଝାରସୁଗୁଡ଼ାରେ ୯୭.୨୮%, ବଲାଙ୍ଗିରରେ ୯୪.୩୯%, ସୁବର୍ଣ୍ଣପୁରରେ ୯୭.୧୧%, ସୁନ୍ଦରଗଡ଼ରେ ୯୭.୨୪%, କୋରାପୁଟରେ ୯୪.୮୨%, ମାଲକାନଗିରିରେ ୯୫.୦୪%, ନବରଙ୍ଗପୁରରେ ୯୪.୮୮% ଓ ରାୟଗଡ଼ାରେ ପାସ୍ ହାର ୯୬.୧୬% ପାସହାର ରହିଛି।
ଅଧିକ ପଢନ୍ତୁ :- ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ: ପାସ୍ ପ୍ରତିଶତ ୯୬.୦୭, ବାଜି ମାରିଲେ ଝିଅ