ଭୁବନେଶ୍ୱର: ରାଜଜ୍ଞାନ ପର୍ସନାଲିଟି ଡେଭେଲପମେଣ୍ଟ ଓ ଇଫେକ୍ଟିଭ କମ୍ୟୁନିକେସନ ସେଣ୍ଟର ଏବଂ ସୈନିକ ସ୍କୁଲ ଅନୁକୂଲ୍ୟରେ ଅନ୍ତଃବିଦ୍ୟାଳୟ ସ୍ତରୀୟ କୁଇଜ଼ ପ୍ରତିଯୋଗିତା ସୈନିକ ସ୍କୁଲ ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ସୈନିକ ସ୍କୁଲ ଭୁବନେଶ୍ୱର, ମଦର୍ସ ପବ୍ଲିକ ସ୍କୁଲ, କିଟ ଇଣ୍ଟରନ୍ୟସନାଲ ସ୍କୁଲ, ସାଇ ଇଣ୍ଟେରନ୍ୟସନଲ ସ୍କୁଲ, ବିଜେଇମ, ଅପୀଜେ ସ୍କୁଲ, ଡ଼ିଏଭି ୟୁନିଟ ୮, ଚନ୍ଦ୍ରଶେଖରପୁର, ପୋଖରୀପୁଟ, ସେକ୍ଟର ୬, ଏଲଆର ଡ଼ିଏଭି ସ୍କୁଲ ପ୍ରମୁଖ ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ରାଜଜ୍ଞାନ ପର୍ସନାଲିଟି ଡେଭେଲପମେଣ୍ଟ ଓ ଇଫେକ୍ଟିଭ କମ୍ୟୁନିକେସନ ସେଣ୍ଟରର ମୁଖ୍ୟ ରାଜେଶ ରାଉତ ପରିଚାଲନା କରିଥିଲେ। ସର୍ବମୋଟ ୧୪ଟି ଦଳରୁ ୭ଟି ଦଳ ଫାଇନାଲ ରାଉଣ୍ଡ ପର୍ଯ୍ୟନ୍ତ ପହଞ୍ଚି ଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁବ କଡା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ପରିଶେଷରେ ପ୍ରଥମସ୍ଥାନ ମଦର୍ସ ପବ୍ଲିକ ସ୍କୁଲ ହାସଲ କରିଥିବା ବେଳେ ସାଇ ଇଣ୍ଟରନ୍ୟସନଲ ସ୍କୁଲ ଦ୍ଵିତୀୟ ସ୍ଥାନ ହାସଲ କରିଥିଲା । ସୈନିକ ସ୍କୁଲ ଉପାଧ୍ୟକ୍ଷ ମନୋରମା ପୋଖରିଆ ବିଜେତାଙ୍କୁ ପୁରସ୍କାର ବିତରଣ କରିବା ସହିତ ଅଭିବାଦନ ଦେଇଥିଲେ।