ରିମୋଟ ସେନସିଙ୍ଗ ଉପରେ ଆଧାରିତ ବିଭିନ୍ନ ପ୍ରକାର ଓ ଅନୁଶୀଳନ ଉପରେ ଏକ ସ୍ୱତନ୍ତ୍ର ସମ୍ମିଳନୀ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଗୁରୁବାର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଫେସର ଶୁଭାଶିଷ ଚୌଧୁରୀ, ଆଇଆଇଟି ବମ୍ବେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର କେ.ଏନ.ବଜାଜ ପ୍ରମୁଖ ଯୋଗ ଦେଇ ବିବରଣୀ ଉପସ୍ଥାପନ କରିଥିଲେ।
ପ୍ରଫେସର ଚୌଧୁରୀ କୁତ୍ରିମ ବୁଦ୍ଧିମତା ବା ଏଆଇ(AI)ର ଭୂମିକା ଉପରେ ଏକ ଦୁରଦୃଷ୍ଟିପୁର୍ଣ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ସେ କୁତ୍ରିମ ବୁଦ୍ଧିମତା ଓ ଏହାର ବିବିଧ ବିଭାଗର ବ୍ୟବହାର ଦ୍ୱାରା ଆଗାମୀ ସମୟରେ ବିଭିନ୍ନ ଅନୁସନ୍ଧାନ ସମ୍ବନ୍ଧିତ ଗୁରୁତ୍ୱପୂର୍ଣ ଅସୁବିଧା ଗୁଡିକୁ ବ୍ୟବହାରିକ ଜ୍ଞାନକୌଶଳ ଦ୍ୱାରା ଏକତ୍ରିତ କରାଯାଇ ବିଭିନ୍ନ ଯୁଗାନ୍ତକାରୀ ଉଦ୍ଭାବନା ଦିଗରେ ପ୍ରଚେଷ୍ଟା କରାଯାଇପାରିବ ବୋଲି ମତ ପ୍ରକାଶ କରିଥିଲେ। ଏଥିରେ ବିଭିନ୍ନ ବିଭାଗର ପ୍ରଫେସର ମାନେ ଯୋଗଦାନ କରିଥିଲେ।
ଏହି ସମ୍ମିଳନୀଟି ଆଇଟିଆର କ୍ୟାମ୍ପସର ଅଟଳ ଇନକ୍ୟୁବେସନ ସେଣ୍ଟର ଠାରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଭାଇସ ଚାନ୍ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ପ୍ରଫେସର ମାନସ କୁମାର ମଲିକ, ଆଇଟିଆର ଡିରେକ୍ଟର ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଡକ୍ଟର ଶରତ ଚନ୍ଦ୍ର ସାହୁ, ପ୍ରଫେସର ଆର.କେ. ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ।