ଆରମ୍ଭ ହୋଇଯାଇଛି ପ୍ଲେସମେଣ୍ଟ ସିଜିନ୍ । ଇଞ୍ଜିନିୟରିଂ ପାଠପଢାରେ ଦେଶର ପ୍ରମୁଖ ଅନୁଷ୍ଠାନ ପାଲଟିଥିବା ଆଇଆଇଟି କ୍ୟାମ୍ପସ ଗୁଡିକରେ ଏଥିପାଇଁ ଭିଡ ଦେଖିବାକୁ ମିଳିଛି । ଦେଶବିଦେଶର ବହୁ ନାମୀଦାମୀ କମ୍ପାନୀ ଆଇଆଇଟିରୁ ଛାତ୍ରଛାତ୍ରୀଙ୍କୁ ନେବାକୁ ଆଗ୍ରହ ଦେଖାଉଛନ୍ତି । ଏଥିପାଇଁ ଦେଶର ବିଭିନ୍ନ ଆଇଆଇଟି କ୍ୟାମ୍ପସରେ କମ୍ପାନୀ ଗୁଡିକରେ ଭିଡ ଦେଖିବାକୁ ମିଳିଛି ।
କୋଟି କୋଟି ଟଙ୍କାର ଦରମା ସାଙ୍ଗକୁ ସ୍ୱତନ୍ତ୍ର ପ୍ୟାକେଜ୍ ସହ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବାକୁ ଆଗ୍ରହ ଦେଖାଉଛନ୍ତି ବହୁ କମ୍ପାନୀ । ନିକଟରେ ଆଇଆଇଟି ମାଡ୍ରାସରୁ ଏକ ବିଟେକ୍ ଛାତ୍ରଙ୍କୁ ୟୁଏସର ଟ୍ରେଡିଂ ଫିର୍ମ ଜେନ ଷ୍ଟ୍ରିଟ୍ ପକ୍ଷରୁ ୪କୋଟି ୩୦ ଲକ୍ଷର ନିଯୁକ୍ତି ଅଫର ମିଳିଛି । ଏଥିସହ ଡି-ଇ-ସ୍, ବ୍ଲାକରକ୍, ମାଇକ୍ରୋସଫ୍ଟ ଭଳି ବହୁ ନାମୀଦାମୀ କମ୍ପାନୀ ମଧ୍ୟ ପ୍ରତିଭାବାନ୍ ଛାତ୍ରଙ୍କୁ ନେବାକୁ କ୍ୟାମ୍ପସ ଆଗରେ ଡେରା ପକାଉଛନ୍ତି ।
ଚଳିତ ମାସ ପହିଲାରୁ ଆଇଆଇଟି ଦିଲ୍ଲୀ, ବମ୍ବେ, ମାଡ୍ରାସ, କାନପୁର, ଖଡ଼ଗପୁର, ଗୌହାଟୀ ଓ ବାରଣାସୀରେ ଚୂଡ଼ାନ୍ତ ପ୍ଲେସ୍ମେଣ୍ଟ ଆରମ୍ଭ ହୋଇଛି। ଅନେକ ଛାତ୍ରଛାତ୍ରୀ ଦେଶ ଭିତରେ ଏକ କୋଟି ଟଙ୍କା ପାଖାପାଖିର ନିଯୁକ୍ତି ପ୍ରସ୍ତାବ ପାଇଛନ୍ତି। ବିଦେଶୀ କମ୍ପାନିର ଚାକିରିକୁ ଗ୍ରହଣ କରୁଥିବା ପିଲାମାନଙ୍କ ଲାଗି ବିଦେଶ ଭ୍ରମଣ ଓ ରହଣୀର ସୁଯୋଗ ମଧ୍ୟ ରହିଛି। ଚଳିତ ବର୍ଷ ଆଇଆଇଟିଗୁଡ଼ିକର ଯେଉଁଭଳି ଭାବେ ନିଯୁକ୍ତି ଚାଲିଛି ସେଥିରୁ ବିଶ୍ଵ ଅର୍ଥନୀତି ସୁଧାର ଆଡ଼କୁ ଗତି କରୁଥିବା ଜଣାପଡ଼ୁଛି ।
ଅଧିକ ପଢନ୍ତୁ: ଭାରତୀୟଙ୍କୁ ସାହାର୍ଯ୍ୟ ପାଇଁ ଆଗେଇ ଆସିଲା ପାକିସ୍ତାନ, ମଝି ସମୁଦ୍ରରୁ ଭାରତୀୟଙ୍କୁ ଉଦ୍ଧାର କରି ଦେଖାଇଲା ମାନବିକତା