ଢେଙ୍କାନାଳ: ଆଜି କୃଷିବିଜ୍ଞାନକେନ୍ଦ୍ର, ଢେଙ୍କାନାଳ ପରିସରରେ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ICAR - ATARIର ପ୍ରମୁଖ ବୈଜ୍ଞାନିକ ଡ଼କ୍ଟର ଅଭିଜିତ ହଳଦାର, OUAT ସାମ୍ପ୍ରସାରଣ ନିର୍ଦେଶାଳୟର ଅଧ୍ୟକ୍ଷ ପ୍ରଫେସର ଡ଼କ୍ଟର ପ୍ରସନ୍ନଜିତ ମିଶ୍ର ଓ କେନ୍ଦ୍ରୀୟ ଉଦ୍ୟାନ ଗବେଷଣା କେନ୍ଦ୍ର ଭୁବନେଶ୍ୱରର ପ୍ରମୁଖ ବୈଜ୍ଞାନିକ ଓ ମୁଖ୍ୟ ଡ. ଗୋବିନ୍ଦଚନ୍ଦ୍ର ଆଚାର୍ଯ୍ୟ ଅନ୍ଲାଇନ ମାଧ୍ୟମରେ ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଓୟୁଏଟିର ଯୁଗ୍ମ ସମ୍ପ୍ରସାରଣ ନିର୍ଦେଶକ (କ୍ଷେତ୍ରବିଜ୍ଞାନ) ପ୍ରଫେସର ଅମରେଶ ଖୁଣ୍ଟିଆ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମ ଆଗକୁ ନେଇଥିଲେ। ଏହି ବୈଠକରେ ଆଞ୍ଚଳିକ ଗବେଷଣାକେନ୍ଦ୍ର,ମହିଷାପାଟର ସହଯୋଗୀ ଗବେଷଣା ନିର୍ଦେଶକ ଶ୍ରୀଯୁକ୍ତ ଭକ୍ତ ଚରଣ ଧୀର , କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଡ଼. ବିମଳେନ୍ଦୁ ମହାନ୍ତି, ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ ଶ୍ରୀଯୁକ୍ତ ସୁବ୍ରତ କୁମାର ପାଢ଼ୀ ମଞ୍ଚାସିନ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ସମସ୍ତ କୃଷି ଓ ଆନୁସଙ୍ଗିକ ବିଭାଗର ମୁଖ୍ୟ ଯଥା ଉଦ୍ୟାନ କୃଷି ଉପନିର୍ଦେଶିକା ଶ୍ରୀମତୀ ଗୀତାଶ୍ରୀ ପାଢ଼ୀ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜେର ଶ୍ରୀଯୁକ୍ତ ଦେବାଶିଷ କୁଣ୍ଡୁ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକ ଶ୍ରୀଯୁକ୍ତ କଳ୍ପବଟ ବେହେରା, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ମାନିରାମ ଜେନା, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀଯୁକ୍ତ ସଂଗ୍ରାମକେଶରୀ କର, ସହକାରୀ କୃଷି ଯନ୍ତ୍ରୀ ଇଂ ପି.କେ.ପଟନାୟକ, ନାବାର୍ଡ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଦାସ ଉପସ୍ଥିତ ରହିଥିଲେ।କୃଷକ ଓ କୃଷିଜୀବୀ ମହିଳା ମାନଙ୍କର ପ୍ରତିନିଧିତ୍ବ କରୁଥିବା ଚାରିଜଣ କୃଷକ ପରାମର୍ଶଦାତା ମଣ୍ଡଳୀର ସଦସ୍ୟ ଭାବରେ ଉପସ୍ଥିତ ଥିଲେ।
ଏହି ବୈଠକରେ କୃଷିବିଜ୍ଞାନକେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଡ଼. ବିମଳେନ୍ଦୁ ମହାନ୍ତି ସ୍ୱାଗତ ଭାଷଣ ଦେବା ସହିତ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ବିଗତ ବର୍ଷରେ କରାଯାଇଥିବା କାର୍ଯ୍ୟର ବିବରଣୀ ଦେଇଥିଲେ। ଆଗାମୀ ବର୍ଷ ପାଇଁ ସ୍ଥିର କରାଯାଇଥିବା କାର୍ଯ୍ୟସୂଚୀକୁ ସମସ୍ତଙ୍କ ଆଗରେ ଆଲୋଚନା କରିଥିଲେ। ବୈଠକରେ ସଭାପତିତ୍ୱକରି OUAT ର ଯୁଗ୍ମ ସମ୍ପ୍ରସାରଣ ନିର୍ଦେଶକ KVKର କାର୍ଯ୍ୟଧାରା ଉପରେ ଗଠନମୂଳକ ପରାମର୍ଶ ଦେଇ କୃଷିବିଭାଗ ଓ ଚାଷୀ ଭାଇମାନଙ୍କ ସହିତ ମିଶି ଏବଂ କୃଷିକ୍ଷେତ୍ରର ସମସ୍ୟାକୁ ନେଇ କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ। ICAR - ATARIର ପ୍ରମୁଖ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ରର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଚାଷୀଙ୍କ ସମସ୍ୟାର ସମାଧାନ ନିମନ୍ତେ ଅନ୍ତ ଫସଲ ତଥା ମାଛ ଚାଷ ଦିଗରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ମୁଖ୍ୟତଃ ବନ୍ୟଯନ୍ତୁଙ୍କ ପ୍ରାଦୁରଭାବରୋକିବା ପାଇଁ କୃଷି ପଦ୍ଧତି ଓ ଫସଲ ବିବିଧିକରଣ, ପାଣି ଓ ମାଟିପରୀକ୍ଷା, FPO ମାନଙ୍କର ଦକ୍ଷତାବୃଦ୍ଧି, ସୋୟାବିନ ଚାଷ, ଫୁଲ ଚାଷ, ଆମ୍ବ ଚାଷ ଓ ଜୈବିକ କୃଷି ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
କୃଷି ବିଜ୍ଞାନ କେନ୍ଦ୍ରଏହି ଦିଗରେ କାମ କରିବା ନେଇ ସମସ୍ତ ଜିଲ୍ଲା ଅଧିକାରୀ ପ୍ରସ୍ତାବ ରଖିଥିଲେ। ଏହି କାର୍ଯ୍ୟକ୍ରମରେ କୃଷିବିଜ୍ଞାନ କେନ୍ଦ୍ର ଅନଗୁଳର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼. ଦେବାଶିଷ ମିଶ୍ର ଓ କ୍ଷେତ୍ର ବିଜ୍ଞାନି ଡ଼. ତୀର୍ଯ୍ୟକ କୁମାର ସାମନ୍ତ ଉପସ୍ଥିତ ରହି ବାସହିତ ଆଞ୍ଚଳିକ ଗବେଷଣା କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଓ ବୈଜ୍ଞାନିକା ଉପସ୍ଥିତ ରହିଥିଲେ। ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀଗଣ ଯଥା ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ, ଶ୍ରୀମତୀ ସଂଘମିତ୍ରା ସାହୁ , ଡ଼.ଶେଫାଳୀ ରାଉତ , ଡା.ରୋଶନିବାଲା ନାୟକ , ଡ଼.ଦିବ୍ୟସୁନ୍ଦର କର, ଡ଼. ରୋଜାଲିନ ମହନ୍ତ, ଶ୍ରୀ ନିହାରରଞ୍ଜନ ବରାଳ, ଶ୍ରୀମତୀ ସ୍ଵର୍ଣସରିକା ବେହେରା, ଶ୍ରୀବିରଜାପ୍ରସାଦ ଜେନା, ଶ୍ରୀ ଅମ୍ଲାନ ଜ୍ୟୋତି ଖୁଣ୍ଟିଆ ଇତ୍ୟାଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ପରିଚାଳନାରେ ସହାୟତା କରିଥିଲେ। ସମସ୍ତ ସଦସ୍ୟଗଣ KVK ର କାର୍ଯ୍ୟକ୍ରମକୁ ପ୍ରସଂଶା କରିବା ସହ ବର୍ତମାନର ଆବଶ୍ୟକ ବିଷୟରେ କାର୍ଯ୍ୟକ୍ରମ ନେବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ KVK ଦ୍ୱାରା ପ୍ରକାଶିତ ତିନୋଟି ସମ୍ପ୍ରସାରଣ ପୁସ୍ତିକା ଉନ୍ମୋଚନ କରାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଡ଼. ବିମଳେନ୍ଦୁ ମହାନ୍ତି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ ପାଇଁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ଢେଙ୍କାନାଳ ଜିଲ୍ଲା କୃଷିକ୍ଷେତ୍ରରେ କିଛି ସକାରାତ୍ମକ ଆଣିବ ବୋଲି ଆଶା କରାଯାଏ।