ଆସନ୍ତାକାଲି ଘୋଷଣା ହେବ ମାଟ୍ରିକ୍ ରେଜଲ୍ଟ ତାରିଖ, ବିଧାନସଭା ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କରିବେ ଘୋଷଣା
Khabar Odisha:The-results-of-the-matriculation-results-will-be-announced-tomorrow-and-the-Minister-of-Schools-and-Mass-Education-will-announce-them-in-the-Assembly-constituency
ଭୁବନେଶ୍ୱର, ଜୁଲାଇ ୩(ଖବର ଓଡିଶା):

ଆସନ୍ତାକାଲି ଘୋଷଣା ହେବ ମାଟ୍ରିକ୍ ରେଜଲ୍ଟ ତାରିଖ । ବିଧାନସଭା ପରିସରରେ ଦିନ ୧୦ଟା ୩୦ରେ ମାଟ୍ରିକ ରେଜଲ୍ଟ ତାରିଖ ଘୋଷଣା ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାରିଖ ଘୋଷଣା କରିବେ । 

ସୂଚନା ଅନୁସାରେ, ମାର୍ଚ୍ଚ ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମେ ୧୦ ତାରିଖରେ ଶେଷ ହୋଇଥିଲା । ଚଳିତ ବର୍ଷ ୫ ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଥିଲେ । 

ସେହିପରି ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାର୍ଟ-୧ ଅବ ଜେକ୍ଟିଭ ପରୀକ୍ଷା ସକାଳ ୮ଟାରୁ ୯ଟା ଓ ପାର୍ଟ-୨ ସବ୍ ଜେକ୍ଟିଭ୍ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା ।

  • Tags:

Subscribe

National International State Sports Entertainment