ନଭେମ୍ବର ୧୯ରୁ ଆରମ୍ଭ ହେବ ୟୁଜିସି ନେଟ୍ ପରୀକ୍ଷା
Khabar Odisha:The-UGC-net-exam-will-start-on-November-19
ନୂଆଦିଲ୍ଲୀ, ନଭେମ୍ବର ୦୯ (ଖବର ଓଡ଼ିଶା):

ଏନ୍‌ଟିଏ ଦ୍ବାରା ପରିଚାଳିତ ୟୁଜିସି ନେଟ୍‌ ଜୁନ୍ ସେକ୍ସନ ପରୀକ୍ଷା ନଭେମ୍ବର ୧୯, ୨୧ ଏବଂ ୨୬ରେ ଅନୁଷ୍ଠିତ ହେବ । ଏନେଇ ଏନ୍‌ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନକାରୀ ୱେବସାଇଟ୍‌ (www.csirnet.nta.nic.in)କୁ ଯାଇ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ଼ କରିପାରିବେ । ଚଳିତ ବର୍ଷ ୫ଟି ବିଷୟରେ ୨,୬୨,୬୯୨ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନିମନ୍ତେ ନାମ ପଞ୍ଜୀକରଣ କରିଛନ୍ତି । ଏହି ପରୀକ୍ଷା ଅନ୍‌ଲାଇନ୍‌ରେ କରାଯିବ । କୋଭିଡ୍‌ କଟକଣାକୁ ପାଳନ କରି ପରୀକ୍ଷା କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

  • Tags:

Subscribe

National International State Sports Entertainment