ରାଜ୍ୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଓ ଯୁକ୍ତ ଦୁଇ ପରୀକ୍ଷା ଅଫଲାଇନରେ ଅନୁଷ୍ଠିତ ହେବ, ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ
Khabar Odisha:Odisha-Matric--Plus-2-Board-Exams-To-Be-Held-Only-In-Offline-Mode
ଭୁବନେଶ୍ୱର, ଡିସେମ୍ବର ୦୩ (ଖବର ଓଡ଼ିଶା):

ରାଜ୍ୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଓ ଯୁକ୍ତ ଦୁଇ ପରୀକ୍ଷା ଅଫଲାଇନରେ ଅନୁଷ୍ଠିତ ହେବ । ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି । ମହାମାରୀ କରୋନା ପାଇଁ ସ୍କୁଲ କଲେଜ ବର୍ତ୍ତମାନ ବନ୍ଦ ରହିଥିବାରୁ । ପାଢ ପଢା ଅନଲାଇନରେ ହେଉଛି । ତେବେ ଆଗାମୀ ମାଟ୍ରିକ ଓ +୨ ପରୀକ୍ଷା ଅନଲାଇନ କି ଅଫଲାଇନରେ ହେବ ସେନେଇ ଆଶଙ୍କା ଲାଗିରହିଥିବାବେଳେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଏଭଳି ଆଶଙ୍କାକୁ ଦୂର କରିଛନ୍ତି ।

ତାଙ୍କ ସୂଚନା ଅନୁଯାୟୀ ଆଗାମୀ ମାଟ୍ରିକ ଓ +୨ ପରୀକ୍ଷା ଅଫଲାଇନରେ ହେବ । ଯେତେବେଳେ ବି ପରୀକ୍ଷା ହେବ ଅଫଲାଇନରେ ହିଁ ହେବ । ଅଫଲାଇନରେ ପରୀକ୍ଷା ପାଇଁ ସିବିଏସଇ ନିଷ୍ପତ୍ତି ନେଇଛି । ସେହି ଆଧାରରେ ରାଜ୍ୟରେ ବି ଅଫଲାଇନରେ ପରୀକ୍ଷା ହେବ । ପରୀକ୍ଷା ନିହାତି ବିଳମ୍ବରେ ହେବ । କିନ୍ତୁ ତା' ପୂର୍ବରୁ ସମସ୍ତ ବିଷୟ ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।
ଅନ୍ୟପକ୍ଷରେ ନବମରୁ ଦଶମ ଶ୍ରେଣୀ ଖୋଲିବା ନେଇ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇ କହିଛନ୍ତି ଯେ, ସ୍କୁଲ ଖୋଲିବା ନେଇ ସବୁ ପକ୍ଷଙ୍କ ସହ ବିଚାରବିମର୍ଶ ଚାଲିଛି । ଖୁବ ଶୀଘ୍ର ଏନେଇ ନିଷ୍ପତ୍ତି ନେବା ପରେ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

  • Tags:

Subscribe

National International State Sports Entertainment