ଭୁବନେଶ୍ୱର, ରାଜ୍ୟର୧୩ଟି ସରକାରୀ ବିଶ୍ବବିଦ୍ୟାଳୟରେ କୁଳପତି ପଦ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଦରଖାସ୍ତ ବିଜ୍ଞପ୍ତି ଜାରି କରାଯାଇଛି ।ବିଜ୍ଞପ୍ତି ଅନୁସାରେ, ଯେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରେ ଅତି କମରେ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରଫେସର ଭାବେ କାର୍ଯ୍ୟରତ ବା ସମକକ୍ଷ ଅନ୍ୟ କୌଣସି ପଦବୀରେ ୧୦ ବର୍ଷ ଅଭିଜ୍ଞତା ଥିବା ସହ ସେମାନଙ୍କର ବୟସସୀମା ୬୬ ବର୍ଷରୁ କମ ହୋଇଥିବା ବ୍ୟକ୍ତିବିଶେଷ ଏହି ପଦ ପାଇଁ ଆବେଦନ କରିପାରିବେ।ଏହି ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟର ଉଚ୍ଚ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ପ୍ରଶାସନିକ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଯୋଗ୍ୟ ଓ ଅଭିଜ୍ଞ ବ୍ୟକ୍ତିମାନେ ଆଗକୁ ଆସିବେ ବୋଲି ଆଶା କରାଯାଉଛି।
ଏହି ୧୩ ବିଶ୍ବବିଦ୍ୟାଳୟ ପାଇଁ ବିଜ୍ଞପ୍ତି ଜାରି
ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ
ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜାଦେଓ ବିଶ୍ୱବିଦ୍ୟାଳୟ
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର
ଫକିର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର
ଖଲିକୋଟ ୟୁନିଟାରୀ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର
ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗୀର
ଧରଣୀଧର ବିଶ୍ୱବିଦ୍ୟାଳୟ, କେନ୍ଦୁଝର
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର
ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, କଟକ
ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, କଳାହାଣ୍ଡି