ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ଆଇଆଇଏସ ବାଙ୍ଗାଲୋର ଶିର୍ଷରେ
Khabar Odisha:IIS-Bangalore-tops-the-list-of-best-universities-in-the-country

ନୁଆଦିଲ୍ଲୀ, ସେପ୍ଟେମ୍ବର୯ (ଖବର ଓଡ଼ିଶା): ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଆଇଆଇଏସ) ବାଙ୍ଗାଲୋର ଶୀର୍ଷ ବିଶ୍ୱବିଦ୍ୟାଳୟ ଥିଲା ପରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) । ସମଗ୍ର ଭାରତରେ ଶିକ୍ଷା ପ୍ରତିଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ଶିକ୍ଷାଦାନ, ଶିକ୍ଷା ଏବଂ ଉତ୍ସ, ଅନୁସନ୍ଧାନ ଏବଂ ବୃତ୍ତିଗତ ଅଭ୍ୟାସ, ସ୍ନାତକୋତ୍ତର ଫଳାଫଳ ପ୍ରସାରଣ ଏବଂ ଅନ୍ତର୍ଭୂକ୍ତିକରଣ ଏବଂ ଧାରଣା ସହିତ ବିଭିନ୍ନ ପାରାମିଟରରେ ଆଦାରରେ ଏହି ତାଲିକା ପ୍ରସ୍ତୁତ ହୋଇଛି ।

 

କରୋନା ମହାମାରୀ ଆରମ୍ଭ ହେତୁ ଚଳିତ ବର୍ଷ ର଼୍ୟାଙ୍କିଙ୍ଗ୍ ବିଳମ୍ବ ହୋଇଛି । ଗତ ବର୍ଷ ଏହି ମାନ୍ୟତା ଜୁନ୍ ୨୦୨୦ ରେ ପ୍ରକାଶିତ ହୋଇଥିଲା। ଚଳିତ ବର୍ଷ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବେଙ୍ଗାଲୁରୁ ଶୀର୍ଷ ସ୍ଥାନ ହାସଲ କରିଥିବା ବେଲେ ଏହା ପଛକୁ ଦ୍ୱିତୀୟରେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ତୃତୀୟରେ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ,୪- କଲକଟା ବିଶ୍ୱବିଦ୍ୟାଳୟ,ଅମିର୍ଥ ବିଶ୍ୱ ବିଦ୍ୟା ପୀଠ(କୋଏମ୍ବାଟାରୁ) ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ(ନୁଆଦିଲ୍ଲୀ), ମଣିପୁର ଏକାଡେମି ଅଫ ହାଇଅର ଏଜୁକେସନ,ଜାଦବପୁର ବିଶ୍ୱବିଦ୍ୟାଳୟ,ୟୁନିଭର୍ସିଟି ଅଫ ହାଇଦରାବାଦ,ଆଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟ ପଛକୁ ପଛ ଶ୍ରେଷ୍ଠ ୧୦ ତାଲିକାରେ ରହିଛନ୍ତି ।

  • Tags:

Subscribe

National International State Sports Entertainment