ଏଣିକି ଇଂରାଜୀ, ବିଜ୍ଞାନ ଓ ଗଣିତକୁ ଅଧିକ ସମୟ ପଢିବେ ସ୍କୁଲ ପିଲା
Khabar Odisha:Education-state-Odisha-School--Mass-Education-department-decides-to-increase-class-duration-of-English-Mathematics--Science-subjects-from-45-min-to-15-hours-at-schools
ଭୁବନେଶ୍ୱର, ଅଗଷ୍ଟ ୧୩(ଖବର ଓଡ଼ିଶା):

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ନୂଆ ବ୍ୟବସ୍ଥା ଆପଣାଯାଉଛି  । ଏଣିକି ସ୍କୁଲ ଗୁଡ଼ିକରେ ଇଂରାଜୀ ,ଗଣିତ ଓ ବିଜ୍ଞାନକୁ ଅଧିକ ଗୁରୁତ୍ୱ ଦିଆଯିବା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । 

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ହେବା ପରେ ସମୀର ରଞ୍ଜନ ଦାଶ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ରାଜ୍ୟରେ ଥିବା ବିଦ୍ୟାଳୟ ଗୁଡ଼ିକରେ ଏଣିକି ଇଂରାଜୀ ,ଗଣିତ ଓ ବିଜ୍ଞାନକୁ ଅଧିକ ଗୁରୁତ୍ୱ ଦେଇ ଅଧିକ ସମୟ ପଢାଯିବ  । ପ୍ରତି ବିଷୟକୁ ୪୫ମିନିଟ ପରିବର୍ତ୍ତେ ଦେଢଘଣ୍ଟା ପଢାଯିବ । ସମ୍ପୃକ୍ତ ୩ଟି ବିଷୟରେ ପିଲା କମ ନମ୍ବର ରଖୁଥିବାରୁ  ଏପରି ନିଷ୍ପତି ନିଆଯାଇଛି । ପ୍ରାଥମିକ ସ୍ତରରୁ ଇଂରାଜୀ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ । ପାଇଲଟ ବେସିସରେ ଜିଲ୍ଲାସ୍ତରୀୟ ଗୋଟିଏ ସ୍କୁଲ ବଛାଯିବ । ସେହି ସ୍କୁଲରେ ଇଂରାଜୀ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ । ଏହି ଚେଷ୍ଟା ସଫଳ ହେବା ପରେ ଏହାକୁ ବ୍ଳକ ସ୍ତରରେ ଲାଗୁ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସବୀର ଦାଶ ସୂଚନା ଦେଇଛନ୍ତି । 

ନିକଟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶିକ୍ଷାନୁଷ୍ଠାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ି କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଛନ୍ତି । ସମସ୍ତ ସ୍କୁଲ ପରିଦର୍ଶନ , ମଧ୍ୟାହ୍ନ ଭୋଜନର ଦେଖାଶୁଣା , ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ ଫେଲ ବ୍ୟବସ୍ଥା ଏବଂ ସ୍କୁଲ ପିଲାଙ୍କ ବସ୍ତାନି ବୋଝକୁ ନେଇ ଅନେକ ପଦକ୍ଷେପ ନେଇଛନ୍ତି ।

  • Tags:

Subscribe

National International State Sports Entertainment