ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ : ପାସ୍ ହାର ୯୩.୧୨ ପ୍ରତିଶତ
Khabar Odisha:CBSE-10th-result-out
ଖବର ଓଡିଶା : 12/05/2023

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ । ୱେବସାଇଟ cbseresults.nic.inରେ ରେଜଲ୍ଟ ଉପଲବ୍ଧ । ମୋଟ ପାସ୍ ହାର ରହିଛି ୯୩.୧୨ ପ୍ରତିଶତ । ଗତବର୍ଷ ଅପେକ୍ଷା ୧.୨୮ ପ୍ରତିଶତ କମ୍ ପାସ୍‌ ହାର । ଭୁବନେଶ୍ୱର ରିଜିଅନ ପାସ୍ ହାର ୯୩.୬୪ ପ୍ରତିଶତ ରହିଛି । ତ୍ରିବେନ୍ଦ୍ରମ୍ ରିଜିଅନ ୯୯.୯ ପ୍ରତିଶହ ସହ ଶୀର୍ଷରେ ରହିଛନ୍ତି ।

କିଛି ସମୟ ପୂର୍ବରୁ ପ୍ରକାଶ ପାଇଥିଲା CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଦ୍ୱାଦଶରେ ମୋଟ ପାସ୍ ହାର ରହିଛି ୮୭.୩୩ ପ୍ରତିଶତ । ଚଳିତ ବର୍ଷ ମୋଟ ୧୬ ଲକ୍ଷ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିରେ ୯ ଲକ୍ଷ ୫୧ ଛାତ୍ରଛାତ୍ରୀ ଛାତ୍ର ଏବଂ ୭ ଲକ୍ଷ ୪୦ ହଜାର ଛାତ୍ରୀ ଥିଲେ । ଦୁଇଟି ୱେବ ସାଇଟରେ ପରୀକ୍ଷା ଫଳ ପ୍ରକାଶ ପାଇଛି ।  ଝିଅଙ୍କ ପାସ୍ ହାର- ୯୦.୬୮%, ପୁଅଙ୍କ ପାସ୍ ହାର ୮୪.୬୭% । ଗତଥର ଅପେକ୍ଷା ଏଥର ପାସ୍ ହାର ୫% କମ୍ ରହିଛି । ୯୯.୯୧% ପାସ୍ ହାର ସହ ଥିରୁବନନ୍ତପୁରମ୍ ରିଜିଅନ୍ ଶୀର୍ଷରେ । ଭୁବନେଶ୍ୱର ରିଜିଅନ୍‌ରେ ପାସ୍‌ହାର ୮୩.୮୯% ।

Subscribe

National International State Sports Entertainment