କେନ୍ଦୁଝର: ଭାଇ ସାଜିଲା ଭାଇର ଶତ୍ରୁ। ଖାଦ୍ୟରେ ବିଷ ମିଶାଇ ଜୀବନରୁ ମାରିଦେଲା ସାନ ଭାଇ। ଏପରି ଘଟଣା ଘଟିଯାଇଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ। ସୂଚନା ଅନୁଯାୟୀ ସେପ୍ଟେମ୍ବର ୪ ତାରିଖରେ ବଡ ଭାଇ ଦେବବ୍ରତଙ୍କୁ ସାନ ଭାଇ ସତ୍ୟବ୍ରତ ମାରିବାକୁ ଉଦ୍ୟମ କରିଥିଲେ। ଦେବବ୍ରତ ସୋଇଥିବା ରୁମରେ ସତ୍ୟବ୍ରତ ପୋଟାସିଅମ ସହ ଫର୍ମାଲିନ ମିଶାଇ କବାଟ ଦେଇ କେଉଁ ଆଡେ ଚାଲିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଥିଲା। ଶେଷରେ ଅକ୍ଟୋବର ୩୦ ତାରିଖରେ ବଡଭାଇଙ୍କର ମୃତ୍ୟୁ ଘଟିଛି। ଏବେ ଦୁଇ ଭାଇଙ୍କର ମୃତ୍ୟୁ ପୂର୍ବର କଥାବାର୍ତା ଭାଇରଲ ହେବାରେ ଲାଗିଛି।
ସୂଚନା ଯୋଗ୍ୟ ପ୍ରଦୀପ ଦାସଙ୍କର ବଡ ପୁଅ ଦେବବ୍ରତ ଦାସ। ସ୍ୱାବଲମ୍ବୀ ହେବା ପାଇଁ ଦେବବ୍ରତ ଘସିପୁରା ଥାନା ଅନ୍ତର୍ଗତ ଇନ୍ଦୁପୁର ନିକଟରେ କୁକୁଡ଼ା ଫାର୍ମ କରିଥିଲେ। ସେଠାରେ ସେ ସାନଭାଇ ସତ୍ୟବ୍ରତଙ୍କୁ ମଧ୍ୟ ରଖିଥିଲେ। ମାତ୍ର କୌଣସି କାରଣରୁ ଅଥବା ଟଙ୍କା ଲୋଭରେ ସାନଭାଇ ବଡଭାଇର ଖାଦ୍ୟରେ ମୃଦୁ ବିଷ ମିଶାଉଥିଲେ। ଯାହା ଫଳରେ ବଡଭାଇଙ୍କର ବାରମ୍ବାର ଦେହ ଖରାପ ହେଉଥିଲା। ତେବେ ଏଭଳି କାଣ୍ଡ ଭିଆଇ ସାନଭାଇ ଫେରାର ହୋଇଯାଇଛି।