ଭୁବନେଶ୍ୱର: ପୁଣି ରାଜ୍ୟର ପାଣିପାଗରେ ବଡ ପରିବର୍ତ୍ତନ । ଗତ କାଳବୈଶାଖୀ ପାଇଁ ପାଣିପାଗ ଥଣ୍ଡା ଥିବା ବେଳେ କାଳବୈଶାଖୀ ପରେ ପୁଣି ପାରଦ ଉପରମୁହାଁ ହୋଇଛି । ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୨-୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ତେବେ ଆସନ୍ତା ତିନି ଦିନ ମଧ୍ୟରେ ତାପମାତ୍ରା ବିଶେଷ ବୃଦ୍ଧି ପାଇବ ନାହିଁ । ମାତ୍ର ୨୯ ତାରିଖ ପରେ ପୁଣି ରାଜ୍ୟରେ ତାତି ବଢିବ ।
ଏନେଇ ସୂଚନା ପ୍ରଦାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୯ ତାରିଖ ପରେ ରାଜ୍ୟର ବହୁ ଅଂଶରେ ଗ୍ରୀଷ୍ମ ପ୍ରବାହ ବଳବତ୍ତର ରହିବ । ୨୯ ତାରିଖ ପାଇଁ ସମ୍ବଲପୁର, ବୌଦ୍ଧ, କଳାହାଣ୍ଡି ଓ ସୋନପୁର ଆଦି ଅଂଚଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ସତ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ପାଇଁ ସମ୍ଭାବନା ନାହିଁ