ବଲାଙ୍ଗୀର: ଭଉଣୀ ସାଜିଲା ଭଉଣୀର ଶତ୍ରୁ । ପାଞ୍ଚ ଲକ୍ଷ ଟଙ୍କା ଚୋରି କରିନେଇଥିବାର ଲଗାଇଲେ ଆରୋପ । ଅପମାନ ସହିନପାରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଭଉଣୀ ଓ ତାଙ୍କ ପରିବାର । ଏପରି ଘଟଣା ଘଟିଯାଇଛି, ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା କେରବେଡା ଗ୍ରାମପଞ୍ଚାୟତ ଅଏଁଳାପାଲି ଗାଁରେ । ଏହି ଗ୍ରାମର କୈଶବ କୁମ୍ଭାରଙ୍କ ସ୍ତ୍ରୀ ସୁକାନ୍ତି କୁମ୍ଭାର ଗତ ମାର୍ଚ୍ଚ ୧୬ ତାରିଖ ଦିନ ତାଙ୍କ ଭଉଣୀଙ୍କ ଘର ବାଲିପଟା ଗ୍ରାମପଞ୍ଚାୟତର ଖଲିଆ ଗ୍ରାମକୁ ଭଉଣୀଙ୍କ ପୁଅ ବାହାଘରରେ ଯୋଗ ଦେବାପାଇଁ ଯାଇଥିଲେ । ମାତ୍ର ସେଠାରେ ୫ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ସୁକାନ୍ତିଙ୍କ ସମସ୍ତ ଭଉଣୀଙ୍କୁ ସନ୍ଦେହକରି ପାଟଣାଗଡ଼ରେ ଏକ ମନ୍ଦିରରେ ଶପଥ କରାଇବା ସହ ଛୋଟଛୁଆ ମାନଙ୍କୁ ପୂଜାଚାଉଳ ଖୁଆଇଥିଲେ । ଏହି ବ୍ୟବହାରରେ ସେମାନଙ୍କ ସମ୍ମାନ ହାନୀ ହୋଇଥିବା ନେଇ ପାଟଣାଗଡ଼ ଥାନାର ଦ୍ୱାରସ୍ତ ହୋଇଛନ୍ତି ପୀଡିତାଙ୍କ ପରିବାର । ତେବେ ଏବାବଦରେ ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବା ପାଇଁ ଚେତାବନୀ ଦେଇଛନ୍ତି ପୀଡିତ ପରିବାର।