ରାୟଗଡ଼: ଭାରସାମ୍ୟ ହରାଇ ଓଲଟିଲା ବସ । ଗୁରୁବାର ଭୋର ସମୟରେ ଘାଟି ରାସ୍ତାର ବୁଲାଣି ନେଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଲା ବସ୍ । ରାୟଗଡ଼ ଜିଲ୍ଲା ମୁକୁନ୍ଦପୁର ଗୁରୁବାର ଭୋର ପ୍ରାୟ ୪ଟା ୫୦ ମିନିଟ ସମୟରେ ଏହା ଘଟିଥିବାର ସୂଚନା ମିଳିଛି ।
ବ୍ରହ୍ମପୁରରୁ ଟିକିରି ଅଭିମୁଖେ ବସ୍ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ବସରେ ପ୍ରାୟ ୪୫ ଜଣ ଯାତ୍ରୀ ରହିଥିବା ବେଳେ ସେଥିମଧ୍ୟରୁ ୨୩ ଜଣ ଯାତ୍ରୀ ଆହତ ହୋଇଛନ୍ତି ଏବଂ ୩ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ବସଟି ଦୃତ ବେଗରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ଉକ୍ତ ବସରେ କିଛି ଛାତ୍ରଛାତ୍ରୀ ମଧ୍ୟ ରହିଥିବା ଜଣାପଡିଛି । ତେବେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଘଟଣା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ବସ୍ ମାଲିକ ଓ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଥିବା ସୁଚନା ମିଳିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଲାଇଥିବା ଦେଖିବାକୁ ମିଳିଛି ।